କନଭେଣ୍ଟ ସ୍କୁଲରେ ପୂଜା କରାଯାଉ ନାହିଁ କାହିଁକି ?

ବଣାଇ : ବଣାଇ ଗଡ଼ ଅନ୍ତର୍ଗତ ଦେଓଗାଁ ଠାରେ ଥିବା ସେଣ୍ଟ ଜୋସେଫ କନଭେଣ୍ଟ ସ୍କୁଲ ଠାରେ ଶତକଡା 70 ଭାଗ ହିନ୍ଦୁ ଛାତ୍ର ଛାତ୍ରୀ ପାଠ ପଢୁଛନ୍ତି l କିନ୍ତୁ ଦେଖିବାକୁ ଗଲେ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ବିଦ୍ୟାଳୟ ମାନଙ୍କରେ ଜ୍ଞାନ ଦାତା ଶ୍ରୀ ଗଣେଶ ପୂଜା, ବିଦ୍ୟାଦାତ୍ରୀ ସରସ୍ବତୀ ପୂଜା ଅନୁଷ୍ଠିତ ହୋଇଥାଏ l କିନ୍ତୁ ସେଣ୍ଟ ଜୋସେଫ କନଭେଣ୍ଟ ସ୍କୁଲରେ କୌଣସି ପୂଜା ପାର୍ବଣ ହେଉ ନ ଥିବାରୁ ଛାତ୍ର ଛାତ୍ରୀ ମାନେ ଦେବାଦେବୀ କଣ ଜାଣି ପାରୁ ନାହାନ୍ତି ଯଦ୍ୱାରା ଅଭିଭାବକ ମହଲରେ ଅସନ୍ତୋଷ ଦେଖା ଯାଉଛି l

ଯଦି ଛୋଟ ଛୋଟ ପିଲା ମାନେ ଏବେଠାରୁ ଯଦି ଦେବା ଦେବୀଙ୍କ ବିଷୟରେ ଜାଣି ପାରିବେ ନାହିଁ ତେବେ ଆଗାମୀ ଦିନରେ ହିନ୍ଦୁ ହେଇ ମଧ୍ୟ ଠାକୁରଙ୍କ ପ୍ରତି ଭକ୍ତି ଭାବ ରହିବ ନାହିଁ ବୋଲି ଅଭିଭାବକ ଅଭିଭାବିକା ମାନେ ମତ ଦିଅନ୍ତି l ଏପରିକି ସ୍କୁଲରେ ଅଭିଭାବକ ମାନଙ୍କର ବୈଠକ ହେଉନଥିବାରୁ କୌଣସି ମତ ପ୍ରକାଶ ପାଇ ପାରୁନାହିଁ ବୋଲି ଚର୍ଚ୍ଚା ଚାଲିଛି l

ad-week
Leave A Reply

Your email address will not be published.