କାହାର ନିର୍ଦ୍ଧେଶ ରେ ଆସିକା ସୁନାମ୍ବ ସାହି ଦେଇ ବେଧଡ଼କ ଚୋରା ବାଲି ଚାଲାଣ ….!

youtube

ପ୍ରଶାସନ ର ନାକ ତଳେ ହେଉଛି ଖୁଲାମ ଖୁଲା ବାଲି ଲୁଟ..
!

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ସହର କେନ୍ଦ୍ର ସ୍ଥଳୀରେ ଥିବା ସୁନାମ୍ବ ସାହିରେ ସଞ୍ଜ ନଇଁଲେ ହାଇୱା ଓ ଟ୍ରକ ରେ ଧାଡ଼ି ଧାଡ଼ି ହୋଇ ବାଲି ଚାଲାଣ ହେଉଛି। ସାହି ବାସିନ୍ଦାଙ୍କ ତାଗିତ ସତ୍ତ୍ୱେ ବାଲି ମାଫିଆ ମାନେ ବାଲି ନେଉଥିବା ଅଭିଯୋଗ ହେଉଛି। କିଛି ମାସ ପୂର୍ବେ ସୁନାମ୍ବ ସାହିରେ ଏକ ହାଇୱା ଘର ମଧ୍ୟକୁ ମାଡିଯିବା ଫଳରେ ଜଣେ ମହିଳା ଅଳ୍ପକେ ବର୍ତ୍ତି ଯାଇଥିଲେ। ସାହି ବାସିନ୍ଦା ବିରୋଧ କରିବାରୁ ବାଲି ଚାଲାଣ ଦୀର୍ଘ ଦିନ ହେଲା ବନ୍ଦ ଥିଲା।ଏବେ ଦୁଇ ସପ୍ତାହ ହେଲା ପୁଣି ଚୋରା ବାଲି ଚାଲାଣ ହେଉଛି। ସନ୍ଧ୍ୟା ପରଠାରୁ ସକାଳ ୮ ଘଣ୍ଟା ପର୍ଯ୍ୟନ୍ତ ବାଲି ଚାଲାଣ ହେଉଛି।ଭାରି ଯାନ ଦ୍ୱାରା ବାଲି ଚାଲାଣ ହେବା ଫଳରେ ରାସ୍ତା ନଷ୍ଟ ହେଉଥିଲେ ବି ପ୍ରଶାସନ ଚୁପଚାପ ରହୁଛି। ବର୍ଷାଋତୁ ବେଳେ ନଦୀ ବନ୍ଧକୁ କାଟି ସେହି ରାସ୍ତା ଦେଇ ବି ବାଲି ଚାଲାଣ ହେଉଛି। ବର୍ଷା ଜଳ ଋଷିକୂଲ୍ୟା ନଦୀରେ ଆସିଲେ କୁତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି। ଜଳ ସେଚନ ବିଭାଗ ଓ ରାଜସ୍ୱ ବିଭାଗ ବାଲି ମାଫିଆ ମାନଙ୍କ ଆଗରେ ମୁଣ୍ଡ ନୁଆଇଁ ଦେଇଛନ୍ତି। ବିନା ୱାଇ-ଫର୍ମ ଓଭର ଲୋର୍ଡ ସାଙ୍ଗକୁ ବେଆଇନ ଭାବେ ବାଲି ଲୁଟ ପଛରେ ରାଜସ୍ୱ, ଖଣି, ପରିବହନ ଓ ପୋଲିସ ବିଭାଗ ବାଲି ମାଫିଆ ମାନଙ୍କୁ ସମ୍ପୂର୍ଣ୍ଣ ଛୁଟ୍ ଦେଇଥିବା ଚର୍ଚ୍ଚା ହେଉଛି।

Leave A Reply

Your email address will not be published.