ମାଲ୍ୟବନ୍ତ ସ୍ବେଚ୍ଛାସେବୀ ସମିତି ପକ୍ଷରୁ ବୃକ୍ଷରୋପଣ ଏବଂ ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ…

add-all

ମାଲକାନଗିରି,୩୦/୦୭ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ନିଳାକାମ୍ବେରୁ ପଞ୍ଚାୟତର କନ୍ଧଗୁଡା ଗ୍ରାମରେ ମାଲ୍ୟବନ୍ତ ସ୍ବେଚ୍ଛାସେବୀ ସମିତି ଆନୁକୂଲ୍ୟରେ ଆଜି ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ କୋରୁକୋଣ୍ଡା ବ୍ଲକ ବିଡ଼ିଓ ଅମୂଲ୍ୟ କୁମାର ସାହୁ ଯୋଗ ଦେଇଥିଲେ। ଏଥିସମେତ ମାଲ୍ୟବନ୍ତ ସ୍ବେଚ୍ଛାସେବୀ ସମିତି ର ଉପଦେଷ୍ଟା ରବୀନ୍ଦ୍ର ନାଥ ରାୟ ଓ ବାଲିମେଳା ଶାଖା ର ପରିଚାଳକ ବିଜୟ ପ୍ରଧାନ, ବ୍ଲକ ସଂଯୋଜକ ମନତ କୁମାର ବେହେରା, ଯୁବ ବିଜେପି ନେତା ସୁଧାଂଶୁ ଶେଖର ପାଢ଼ି ସମେତ ଶତାଧିକ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ରହିଥିଲେ। ଉପାନ୍ତ ଅଂଚଳରେ ଫଳ ଗଛ ରୋପଣ ଓ ଚାରା ବଣ୍ଟନ ଦ୍ୱାରା ଗରିବ ଜନସାଧାରଣଙ୍କ ସାମାଜିକ ସ୍ଥିତି ରେ ସୁଧାର ଆସିବା ସହ ଶାରୀରିକ ସମୃଦ୍ଧି ସମ୍ଭବ ହେବା ଏବଂ ଗ୍ଲୋବାଲ ୱାର୍ମିଙ୍ଗ ରୁ ମୁକ୍ତି ମିଳିପାରିବ ବୋଲି କହିଥିଲେ କୋରୁକୋଣ୍ଡା ବିଡ଼ିଓ ଶ୍ରୀ ସାହୁ। କାର୍ଯ୍ୟକ୍ରମ ରେ କନ୍ଧଗୁଡା ଗ୍ରାମରେ ୬୦ ଟି ଆମ୍ବ ସମେତ ନଡ଼ିଆ ଗଛ ରୋପଣ କରାଯାଇଥିବା ବେଳେ ପ୍ରାୟ ୧୦୦ ରୁ ଉର୍ଦ୍ଧ୍ବ ବିଭିନ୍ନ ପ୍ରକାରର ଫଳନ୍ତି ବୃକ୍ଷ ଚାରା ଉପସ୍ଥିତ ଗ୍ରାମବାସୀଙ୍କୁ ବଣ୍ଟନ କରାଯାଇଥିଲା।

ad-week
Leave A Reply

Your email address will not be published.