ଦୁଇ ନୂଆ ବାବୁଙ୍କ ଇଙ୍ଗିତ ରେ ଡ଼ି.ଏଲ ଓ ଫିଟନେସ ଟ୍ରାଇଲ ନାଁ ରେ ହଜାର ହଜାର ଟଙ୍କା ଆଦାୟ….!

youtube


ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଅଗସ୍ତି ନୁଆଁଗାଁ ଠାରେ ଥିବା ପରିବହନ କାର୍ଯ୍ୟାଳୟ ରେ ଦଲାଲ ଓ ସାନ ଦୁଇ ବାବୁ ଙ୍କ ରାଜୁତି ଟ୍ରାଇଲ ନାଁ ରେ ଶୋଷଣ। ଡ୍ରାଇଭିଙ୍ଗ ଲାଇସେନ୍ସ ଓ ଫିଟନେନ ସମୟରେ ନା ନା ତ୍ରୁଟି ଦର୍ଶାଇ ଲୋକଙ୍କ ଠାରୁ ଦଲାଲ ମାନଙ୍କ ଜରିଆରେ ମୋଟା ଅଙ୍କ ଆଦାୟ କରୁଥିବା ଅଭିଯୋଗ ହେଉଛି। ଗତ କିଛି ଦିନ ହେଲା ବାହାର ଜିଲ୍ଲାର ନରେଶ, ବିଶ୍ୱ, ବୁଜି ନାମକ ଦଲାଲ ମାନଙ୍କ ସହାୟତା ରେ ଆସିଥିବା ଦୁଇ ଜୁନିଅର ବାବୁ ମାନେ ସାମାନ୍ୟ ତ୍ରୁଟି ଦର୍ଶାଇ ଟ୍ରାଇଲ ନାଁ ରେ ମୋଟା ଅଙ୍କ ଦାବୀ କରୁଥିବା ଚର୍ଚ୍ଚା ହେଉଛି। ପ୍ରକାଶ ଥାଉକି ଗତ ବର୍ଷ ବ୍ରହ୍ମପୁର ସ୍ଥିତ ଅଟୋନଗାର ଠାରେ ନିସର୍ତ୍ତ ଟିମ ଦଲାଲ ମାନଙ୍କୁ ରଙ୍ଗେ ହାତ ଧରିଥିଲା। ସେ ସମୟରେ ଦାୟିତ୍ୱ ରେ ଥିବା ବଡ଼ ବାବୁ ଦଲାଲ ମାନଙ୍କ ସମ୍ପର୍କ ରେ ପଚାରିବାରୁ ଘଟଣା ସ୍ଥଳରୁ ଛୁ ମାରିଥିଲେ।ଅନଲାଇନ ର ଆଳ ସାଙ୍ଗକୁ ବିଭିନ୍ନ କୌଶଳ ପ୍ରୟୋଗ କରି ଦଲାଲ ମାନଙ୍କ ସହାୟତା ରେ ସାଧାରଣ ଲୋକଙ୍କ ଠାରୁ ବଟି ଆଦାୟ ଖୁଲାମ ଖୁଲା ହେଉଥିବା ଆଲୋଚନା ହେଉଛି। ବିଭାଗୀୟ ମନ୍ତ୍ରୀ ଙ୍କ ଛାଇ ତଳେ ଏହି ବେଆଇନ କାର୍ଯ୍ୟ ଚାଲିଥିବା ଚର୍ଚ୍ଚା ହେଉଛି। ନୂତନ ଜିଲ୍ଲା ପାଳ ଅଚାନକ ଗସ୍ତ କରିଲେ ଅଗସ୍ତି ନୂଆଗାଁ ର ଗୁମର ପର୍ଦାଫାସ ହେବ ବୋଲି ସାଧାରଣ ରେ ଆଲୋଚନା ହେଉଛି। ପରିବହନ କାର୍ଯ୍ୟାଳୟ ଦଲାଲ ମୁକ୍ତ କେବଳ କାଗଜ କଲମରେ ସୀମିତ ରହିଛି। ଅଗସ୍ତି ନୂଆଗାଁ ରେ ପାଉଣା ନଦେଲେ ଲୋକଙ୍କୁ ବାରମ୍ବାର ଦୌଡ଼ିବାକୁ ପଡୁଛି।

Leave A Reply

Your email address will not be published.