
ନୟାଗଡ଼: ନୟାଗଡ ଜିଲ୍ଲା ଓଡ଼ଗାଁ ଏନଏସି ଅନ୍ତର୍ଗତ ରଗଡ଼ି ସାହି ଗାଁର ପ୍ରମୋଦ ବିଶୋଇ ଙ୍କ ପୁତ୍ର କୃଷ୍ଣଚନ୍ଦ୍ର ବିଶୋଇ(୨୦) ହାତୀ ଆକ୍ରମଣରେ ଗୁରୁତର ହୋଇଛନ୍ତି ।ତାଙ୍କୁ ପ୍ରଥମେ ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ଅଣାଯାଇ ପ୍ରାଥମିକ ଚିକିତ୍ସା ପରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇଛି ।ସୂଚନା ଅନୁଯାୟୀ କୃଷ୍ଣଚନ୍ଦ୍ର ଚାଷକାର୍ଯ୍ୟ ସାରି ଘରେ ଥିବା ଗାଈ ବଳଦ ମାନଙ୍କୁ ଚରେଇବା ପାଇଁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ ।ସନ୍ଧ୍ୟାବେଳେ ଘରକୁ ଫେରିବା ବେଳେ ଜଙ୍ଗଲ ମଧ୍ୟରୁ ଏକ ହାତୀ ଅତର୍କିତ ଆକ୍ରମଣ କରିଥିଲା ।ଏହି ଆକ୍ରମଣରେ ଦନ୍ତା ହାତୀ ର ଦାନ୍ତ କୃଷ୍ଣଚନ୍ଦ୍ର ର ଜଙ୍ଘ ରେ ଗଳି ଯାଇଥିଲା ।କୃଷ୍ଣଚନ୍ଦ୍ର ଙ୍କ ପାଟି ଶୁଣି ସ୍ଥାନୀୟ ଲୋକ ସହଯୋଗ କରିବାରୁ ହାତୀ କୃଷ୍ଣଚନ୍ଦ୍ର କୁ ଛାଡି ଜଙ୍ଗଲକୁ ଚାଲିଯାଇଥିଲା ।ଏହି ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଓଡ଼ଗାଁ ବନାଞ୍ଚଳ କର୍ମଚାରୀ ମାନେ ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଚିକିତ୍ସାରେ ସହଯୋଗ କରିଥିଲେ ।