ରାଏବଗାଠାରେ ବାଇକ୍-ସ୍କର୍ପିଓ ମୁହାଁମୁହିଁ ଧକ୍କା, ବାଇକ୍ ଚାଳକ ଗୁରୁତର

add-all

ସୁନ୍ଦରଗଡ : ଜିଲ୍ଲାର ରାଏବଗା ଥାନା ଅନ୍ତର୍ଗତ ନୂତନ ପେଟ୍ରୋଲ ପମ୍ପ ସମ୍ମୁଖରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍ ଓ ଏକ ସ୍କର୍ପିଓ ଗାଡ଼ି ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ୍ ଚାଳକ ଜଣକ ଗୁରୁତର ଆହତ ହୋଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଆହତ ବାଇକ୍ ଚାଳକ ହେଉଛନ୍ତି ଜାମ୍ବାହାଲ କରମଟୋଲୀ ଗ୍ରାମର ମଙ୍ଗରା ଲାକ୍ରା (୪୦ ବର୍ଷ)। ସେ କାଦୋବାହାଲ ହାଟରୁ କାମ ସାରି ନିଜ ଘରକୁ ଫେରୁଥିବା ବେଳେ, ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ଏକ ସ୍କର୍ପିଓ ଗାଡ଼ି ତାଙ୍କୁ ସାମ୍ନାପଟୁ ଶକ୍ତ ଧକ୍କା ଦେଇଥିଲା। ଧକ୍କା ଏତେ ଜୋରରେ ହୋଇଥିଲା ଯେ, ମଙ୍ଗରା ରାସ୍ତା ଉପରେ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ।

ଦୁର୍ଘଟଣା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ରାଏବଗା ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଥାନା ଅଧିକାରୀ ପ୍ରହ୍ଲାଦ କୁମାର ପ୍ରଧାନ ଏବଂ ଏଏସଆଇ ଶଶୀଭୂଷଣ ମହାନ୍ତ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ଗୁରୁତର ଅବସ୍ଥାରେ ପଡ଼ିଥିବା ମଙ୍ଗରା ଲାକ୍ରାଙ୍କୁ ଉଦ୍ଧାର କରି ପୋଲିସ ଭ୍ୟାନରେ ହିଁ ରାଏବଗା ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ।

ସେଠାରେ ଡାକ୍ତର ବିକାଶ କୁମାର ବେକ ତାଙ୍କର ପ୍ରାଥମିକ ଚିକିତ୍ସା କରିବା ପରେ ଅବସ୍ଥା ଗୁରୁତର ଥିବାରୁ ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ଏକ ଆମ୍ବୁଲାନ୍ସ ଯୋଗେ ରାଉରକେଲା ସରକାରୀ ଡାକ୍ତରଖାନାକୁ ପଠାଇ ଦେଇଛନ୍ତି।

ରାଏବଗା ପୋଲିସ ଦୁର୍ଘଟଣାଗ୍ରସ୍ତ ସ୍କର୍ପିଓ ଏବଂ ବାଇକକୁ ଜବତ କରି ଥାନାରେ ଅଟକ ରଖି ଘଟଣାର ଅଧିକ ତଦନ୍ତ କରୁଥିବା ଜଣାପଡ଼ିଛି।

ad-week
Leave A Reply

Your email address will not be published.