
ଉମରକୋଟ /ରାଇଘର : ଆସନ୍ତା ଅଗଷ୍ଟ ୨୫ ଓ ୨୬ ତାରିଖରେ ନବରଙ୍ଗପୁର ଜିଲ୍ଲାର କୁମୁଲି ଡିଏନକେ ଫୁଟବଲ ପଡ଼ିଆରେ ଏକ ଦୁଇ ଦିନିଆ ଅନ୍ତରାର୍ଜ୍ୟ ଫୁଟବଲ ଟୁର୍ନାମେଣ୍ଟ ଅନୁଷ୍ଠିତ ହେବାକୁ ଯାଉଛି । ଏହି କ୍ରୀଡ଼ା ପ୍ରତିଯୋଗିତାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ସାହର ମାହୋଲ ଦେଖାଦେଇଛି ।
ଏହି ଟୁର୍ନାମେଣ୍ଟରେ ଓଡ଼ିଶା ସମେତ ପଡ଼ୋଶୀ ରାଜ୍ୟରୁ ମୋଟ ୮ଟି ଦଳ ଭାଗ ନେବେ ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ଦିଆଯାଇଛି । ଅଂଶଗ୍ରହଣକାରୀ ଦଳଗୁଡ଼ିକ ହେଲେ:
- BFC କୋଚିଣ୍ଡା
- ଯୋଗେଶ 11 ସୁନାବେଡ଼ା
- କଳାହାଣ୍ଡି
- ଫୁଲବାଣୀ
- MP ବାଲାଘାଟ Bharbally 11
- କାଲକାତା ଏୟାରପୋର୍ଟ
- ରଙ୍ଗବାଜ ଜଗଦଳପୁର
- ବୋରଗଡ଼ ୟୁନାଇଟେଡ଼
କୁମୁଲି (ଡି,ଏନ,କେ) ଗ୍ରାମବାସୀଙ୍କ ସୂଚନା ଅନୁଯାୟୀ, ଉଦ୍ଘାଟନୀ କାର୍ଯ୍ୟକ୍ରମରେ ରାଇଘର ଅଞ୍ଚଳର ବିଶିଷ୍ଟ ପୂର୍ବତନ ଫୁଟବଲ ଖେଳାଳିମାନେ ଯୋଗଦେବେ । ଏହି ଅବସରରେ ରାଇଘର ଥାନା ଅଧିକାରୀ ଶ୍ରୀ ରଘୁନାଥ ମାଝୀ ଏବଂ ଗ୍ରାମବାସୀମାନେ ପତାକା ଉତ୍ତୋଳନ କରି ଟୁର୍ନାମେଣ୍ଟର ଶୁଭାରମ୍ଭ କରିବେ ।
ଏହି ଦୁଇ ଦିନିଆ ଫୁଟବଲ ଉତ୍ସବକୁ ଉପଭୋଗ କରିବା ସହ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ଅଞ୍ଚଳର କ୍ରୀଡ଼ାପ୍ରେମୀ ଜନସାଧାରଣଙ୍କୁ ଗ୍ରାମବାସୀଙ୍କ ପକ୍ଷରୁ ଅନୁରୋଧ କରାଯାଇଛି । ସମସ୍ତଙ୍କ ସହଯୋଗରେ ଏହି ଆୟୋଜନକୁ ସଫଳ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ।