ଅବସରକାଳୀନ ସମ୍ବର୍ଦ୍ଧନା ସଭା

add-all

ମାଲକାନଗିରି : ମାଥିଲି ବ୍ଲକ ପାଙ୍ଗମ୍ ଠାରେ ଥିବା ହାତୀ ରାମ ଗୁରୁ ବିଦ୍ୟା ମନ୍ଦିର ର ସଂସ୍କୃତ ଗୁରୁଜୀ ଶ୍ରୀ ଯୁକ୍ତ କୈଳାଶ ଚନ୍ଦ୍ର ଭୋଳ ୩୨ବର୍ଷ ଧରି କାଜ୍ୟ ରତ ରହିବା ପରେ ଏହି ନିକଟରେ ସରକାରୀ ସେବାରୁ ନିବୃତ୍ତ ହୋଇଛନ୍ତି। ବିଦ୍ୟାଳୟ ର ଶିକ୍ଷକ ଅଭାବ କୁ ପରିଲିଖିତ କରି ସ୍ଵତ ପ୍ରବୃତ୍ତ ଭାବରେ ଶିକ୍ଷା ଦାନ କରୁଛନ୍ତି। ଏହି ସଭାରେ ସଭାପତି ସୁଦେଶ ଦୋରା, ମୁଖ୍ୟ ଅତିଥି ସରପଞ୍ଚ ଇନ୍ଦ୍ର ନାୟକ, ଗ୍ରାମର ଭଦ୍ର ବ୍ୟକ୍ତି, ନୂତନ ପୁରାତନ ଛାତ୍ର ଛାତ୍ରୀ ବହୁ ସଂଖ୍ୟା ରେ ଯୋଗ ଦେଇଥିଲେ। ସମସ୍ତେ ଭାବ ବିଭୋଳ ହୋଇ ଯାଇଥିଲେ। ବିଦ୍ୟାଳୟ ରେ ତାଙ୍କର କର୍ମ ନିଷ୍ଠା ଓ ସାଧନା ଯୋଗୁ ବିଦ୍ୟାଳୟ ରେ ଛାତ୍ର ଛାତ୍ରୀ ଙ୍କର ଶିକ୍ଷା ର ନିରନ୍ତର ବିକାଶ ସମ୍ଭବ ପର ହୋଇ ପାରିଛି। ଆପଣଙ୍କ ସମୟନୁବାର୍ତିତା, ଆମାୟକ ବ୍ଯବହାର,ପ୍ରଗତି ସୀଳ ଆଭିମୁଖ୍ୟ ସମସ୍ତ ଛାତ୍ର ଛାତ୍ରୀ ଙ୍କ ଜୀବନରେ ପ୍ରେରଣା ପ୍ରଦାନ କରିଛି। ଉକ୍ତ ଗୁରୁଜୀ ଜଣେ ଶାନ୍ତ, ସରଳ, ଛାତ୍ର ବତ୍ସଳ, କର୍ମଠ, ବିଦ୍ୟାନୁରଗୀ ଶିକ୍ଷକ ଭାବରେ ପରିଚିତ। ସେ ଅନେକ ପ୍ରତିଭାର ଅଧିକାରୀ ଅଟନ୍ତି। ଶେଷରେ ସମସ୍ତ ଛାତ୍ର ଛାତ୍ରୀ ଉପହାର ଦେଇ ଗୁରୁଜୀ ଙ୍କ ଠାରୁ ଆଶ୍ରିବାଦ ନେଇ ସଭା ସମାପ୍ତ କରିଥିଲେ।

ad-week
Leave A Reply

Your email address will not be published.