ପୋଲିସ ହାତରେ ଦଲାଲ, ୧୮ ମହିଳାଙ୍କ ଅନ୍ତଃରାଜ୍ୟ ମାନବ ଚାଲାଣର ପରଦା ଫାସ କଲା ଶ୍ରମବିଭାଗ…

add-all

ମାଲକାନଗିରି :ମାଲକାନଗିରିରେ ଆଜି ସକାଳୁ ଯୁବ ଆଇନଜୀବୀ ଜ୍ଞାନରଞ୍ଜନ ସାହୁ ପ୍ରାୟ ୧୧ଟା ସମୟରେ ବସ୍ ଟିକଟ୍ ନେବାକୁ ବସ୍ ଷ୍ଟାଣ୍ଡ୍ କୁ ଆସିଥିବାବେଳେ କିଛି ଯୁବତୀମାନେ ନିଜ ଲଗେଜ୍ ବ୍ୟାଗ୍ ଧରି ବସଷ୍ଟାଣ୍ଡ୍ ପରିସରରେ ଇତସ୍ତତ ବୁଲୁଥିବା ତାଙ୍କ ନଜରକୁ ଆସିଥିଲା lସେମାନଙ୍କସହ ଆଲୋଚନା ପରେ ସେମାନେ ଏକ ଶ୍ରମିକ ଦଲାଲ୍ ର ଅପେକ୍ଷାରେ ଥିବା ଜାଣିପାରି ଜ୍ଞାନରଞ୍ଜନ୍ ତାଙ୍କ ମୋବାଇଲ୍ ରୁ ପୋଲିସ୍ ହେଲ୍ପ୍ ଲାଇନ୍ ୧୧୨ ଓ ଚାଇଲ୍ଡ୍ ହେଲ୍ପ୍ ଲାଇନ୍ ୧୦୯୮ କୁ ସମ୍ପର୍କ କରିଥିଲେ l ପୋଲିସ୍ ବିଭାଗର ଭ୍ୟାନ୍ ଆସି ୧୮ଜଣ ମହିଳାଶ୍ରମିକଙ୍କୁ ଉଦ୍ଧାର କରିବା ସହ ଏହି ଅନ୍ତଃ ରାଜ୍ୟ ଶ୍ରମିକ ରକେଟ୍ ର କିଙ୍ଗ୍ ପିନ୍ ସନ୍ତୋଷ ନାହକଙ୍କୁ ବସଷ୍ଟାଣ୍ଡ୍ ରୁ ଗିରଫ୍ କରି ପୋଲିସ୍ ଷ୍ଟେସନ୍ କୁ ଆଣିଥିଲା l
ପରେ ଜିଲ୍ଲା ଶ୍ରମ ଅଧିକାରୀ ଓ ତାଙ୍କ ଟିମ୍ ପୋଲିସ୍ ଥାନାକୁ ଆସି ମହିଳା ଶ୍ରମିକମାନଙ୍କସହ ଆଲୋଚନା କରି ସମସ୍ତ ତଥ୍ୟ ସଂଗ୍ରହ କରିଥିଲେ l ସେଥିରେ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀମତି ପୁର୍ଣ୍ଣିମା ଡୁରୁକା ଆମକୁ ସୁଚନା ଦେଇଥିଲେ ଏହିକି ଏହା ଏକ ଅନ୍ତଃରାଜ୍ୟ ମାନବ ଚାଲାଣ ଇସ୍ୟୁ ଅଟେ l କୌଣସି ଶ୍ରମିକଙ୍କ ନାମ ଜିଲ୍ଲା ଶ୍ରମ କମିଶନରଙ୍କ ନିକଟରେ ପଞ୍ଜିକୃତ ହୋଇନାହିଁ ଓ ସେମାନଙ୍କ ନିକଟରେ କୌଣସି ଲେବର୍ କାର୍ଡ୍ ମଧ୍ୟ ନାହିଁ l ସନ୍ତୋଷ ନାହକ ଯିଏକି ନିଜକୁ ରିକ୍ୟୁଟ୍ମେଣ୍ଟ ଅଧିକାରୀ ପରିଚୟ ଦେଇଥିଲେ, ତାଙ୍କର ଓ କେ.ପି.ଆର୍ ମିଲ୍ଲ୍ ର କୌଣସି ଅନ୍ତଃରାଜ୍ୟ ମାଇଗ୍ରେଣ୍ଟ୍ ୱାର୍କ୍‌ମେନ୍ ଆକ୍ଟ୍ ଲାଇସେନ୍ସ୍ ନଥିବା ଜିଲ୍ଲା ଶ୍ରମ ଅଧିକାରୀ ଯାଞ୍ଚ କରିଥିବା କହିଥିଲେ lଶ୍ରମିକଙ୍କ ଇନ୍ସୁରାନ୍ସ୍, କେ.ପି.ଆର୍ ମିଲ୍ ଲିମିଟେଡ୍ କମ୍ପାନୀ, ତାମିଲନାଡୁ ଓ ଶ୍ରମିକଙ୍କ ମଧ୍ୟରେ କୌଣସି ଚୁକ୍ତିନାମା ନଥିଲା l ସେମାନେ କଣ କାମ କରିବେ ଓ କେତେ ସମୟ କାମ କରିବେ, ତଥା କେତେ ପାରିଶ୍ରମିକ ପାଇବେ, ସେମାନଙ୍କ ରହିବା ଓ ଖାଇବା ବ୍ୟବସ୍ଥା ସହ ମେଡିକାଲ୍ ସୁବିଧା ଅଛି କି ନାହିଁ ତାହାର କୌଣସି ସଠିକ୍ ତଥ୍ୟ କୌଣସି ଶ୍ରମିକ ଅଧିକାରୀଙ୍କୁ ଦେଇପାରିନଥିଲେ lଏଣୁ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀମତି ପୁର୍ଣ୍ଣିମା ଡୁରୁକା ସମସ୍ତଙ୍କୁ ଅନ୍ତଃ ରାଜ୍ୟ ଟ୍ରାଫିକିଂ ର ଅସୁବିଧା, ଜିଲ୍ଲାରେ ଆତ୍ମ ନୁଯୁକ୍ତିର ସୁଯୋଗ ବିଷୟରେ ଅବଗତ କରାଇବା ସହ କୌଣସି ଅସୁବିଧାହେଲେ ତୁରନ୍ତ ଯୋଗାଯୋଗ କରିବା ପାଇଁ ନିଜ ମୋବାଇଲ୍ ନମ୍ବର ମଧ୍ୟ ସମସ୍ତଙ୍କୁ ଦେଇଥିଲେ lଏହାସହ ସମସ୍ତଙ୍କୁ କାର୍ଯ୍ୟାଳୟ କୁ ଆସି ନିଜର ଶ୍ରମିକ ପଞ୍ଜିକରଣ କରିବାକୁ ଆଗ୍ରହ କରିଥିଲେ l

ad-week
Leave A Reply

Your email address will not be published.