ତେଲେରାଇ ପଞ୍ଚାୟତରେ ଖୋଲାଖୋଲି ଭାବେ ଦଲାଲ କିଣୁଛନ୍ତି ପିଡିଏସ୍ ଚାଉଳ ଓ ମାଣ୍ଡିଆ , ଲଗାମ ଲଗାଇବାରେ ବିଫଳ ପ୍ରଶାସନ…

youtube

ମାଲକାନଗିରି ୧୦|୯ ଆହାର ପାଇଁ ଯେପରି କୌଣସି ବ୍ୟକ୍ତିକୁ ସଂଘର୍ଷ କରିବାକୁ ନପଡେ ସେଥିପାଇଁ ଗରିବ ଓ ଅସହାୟଙ୍କ ପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟ କରି ପିଡିଏସ୍ ବ୍ୟବସ୍ଥାରେ ଚାଉଳ ଏଵଂ ମାଣ୍ଡିଆ ଯୋଗାଇ ଦେଉଛନ୍ତି । ତେବେ ତୃଣମୂଳ ସ୍ତରରେ କିନ୍ତୁ ଏହାର ବାସ୍ତବତା ସମ୍ପୂର୍ଣ୍ଣ ଭିନ୍ନ, ଗରିବ ଓ ଅସହାୟ ଲୋକେ ଦଲାଲଙ୍କ କବଜାରେ ପଡି ମାସକ ପାଇଁ ମିଳୁଥିବା ଏହି ଚାଉଳ ଏଵଂ ମାଣ୍ଡିଆ ବିକ୍ରି କରୁଥିବା ଚିତ୍ର ଦେଖିବାକୁ ମିଳିଛି । ଏଭଳି ଘଟଣା କାଲିମେଳା ବ୍ଲକ ତେଲେରାଇ ପଞ୍ଚାୟତ ସଦର ମହକୁମାରେ ଦେଖିବାକୁ ମିଳିଥିଲା । ପଞ୍ଚାୟତ ସମ୍ମୁଖରୁ ମାତ୍ର ୧୦୦ ମିଟର ଦୁରରେ ଥିବା ଏକ ଗୃହ ରେ ଗଚ୍ଛିତ କରି ଦଲାଲ ମାନେ ଖୋଲାଖୋଲି ଭାବେ ଏହି ପିଡିଏସ୍ ମାଣ୍ଡିଆ ଖରିଦ କରୁଥିଲେ ମଧ୍ୟ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନଥିବା ବିଡମ୍ବନାର ବିଷୟ ପାଲଟିଛି । ପ୍ରତିଥର ଚାଉଳ ଏଵଂ ମାଣ୍ଡିଆ ଦେବା ସମୟରେ ଉକ୍ତ ବ୍ୟକ୍ତି ମାନେ ଲୋକଙ୍କ ଠାରୁ ୧୮ ରୁ ୨୦ ଟଙ୍କା ଦରରେ ଖରିଦ କରି ବଡ଼ ବ୍ୟବସାୟୀଙ୍କୁ ଅଧିକ ଅର୍ଥରେ ବିକ୍ରି କରି ଲାଭବାନ ହେଉଥିବା ଜଣାପଡ଼ିଛି । ଏପରି ସ୍ଥିତିରେ ଗରିବ ଓ ଅସହାୟଙ୍କ ପାଇଁ ଆସୁଥିବା ପିଡିଏସ୍ ଚାଉଳ ଏବଂ ମାଣ୍ଡିଆ ବଣ୍ଟନ ସମୟରେ ବ୍ୟବସାୟ କରୁଥିବା ଦଲାଲ୍ ମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସ୍ଥାନୀୟ ଲୋକେ ଦାବୀ କରିଛନ୍ତି।

Leave A Reply

Your email address will not be published.