ବ୍ରହ୍ମପୁର ପୋଲିସ ଜିଲ୍ଲା ରେ ବ୍ୟାପକ ଚଢ଼ଉ : ୧୫ ଲକ୍ଷ ଟଙ୍କାର ଚୋରା ମଦ ଜବତ, ୨୫୬୦୦ ଲିଟର ପୋଚ ନଷ୍ଟ…

add-all

ବ୍ରହ୍ମପୁର : ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଶ୍ରୀ ଶ୍ରବଣ ବିବେକ ଏମ, ଆଇ.ପି.ଏସ୍ ଏବଂ ବ୍ରହ୍ମପୁର ଅବକାରୀ ଅଧିକ୍ଷକ ଶ୍ରୀ ପ୍ରବୀଣ କୁମାର ପ୍ରଧାନଙ୍କ ନିର୍ଦ୍ଦେଶକ୍ରମେ ଏକ ବଡ଼ ଧରଣର ଚଢ଼ଉ କରାଯାଇଛି। ଏହି ଚଢ଼ଉ ଏକ୍ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍, ପାତ୍ରପୁର ତହସିଲଦାର ଶ୍ରୀ ଅଶୋକ ପଟ୍ଟନାୟକ, ଓ.ଏ.ଏସ୍ ଏବଂ ଅବକାରୀ ଉପ ଅଧିକ୍ଷକ ଶ୍ରୀ କୁମୁଦ ରଂଜନ କୁଅଁରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହୋଇଥିଲା।

ଜରଡା ଥାନା ଅନ୍ତର୍ଗତ ଜାମ ସାହି, ଯୁବା ସାହି, ବେଙ୍ଗେଇ, ସିନ୍ଦୂରପୁର, ଗୁଜୁଲିଂ ଆଦି ଅଞ୍ଚଳର ପାହାଡିଆ ଜଙ୍ଗଲ ଏବଂ ନାଳ ନିକଟବର୍ତ୍ତୀ ଅଞ୍ଚଳରେ ଚଢ଼ଉ କରାଯାଇଥିଲା। ଏହି ଅଭିଯାନରେ ବିପୁଳ ପରିମାଣର ଚୋରା ମଦ ଭାଟି ନଷ୍ଟ କରିବା ସହ ମଦ ପ୍ରସ୍ତୁତି ପାଇଁ ବ୍ୟବହୃତ ୨୫୬୦୦ ଲିଟର ଗୁଡ଼ ପିଡ଼ିଆ ପୋଚ ଏବଂ ୮୪୦ ଲିଟର ଚୋରା ଅପମିଶ୍ରିତ ଦେଶୀ ମଦ ଜବତ କରାଯାଇଛି। ଏହା ସହ ଡ୍ରମ ଓ ଡେକ୍ଚି ଇତ୍ୟାଦି ମଧ୍ୟ ଜବତ କରାଯାଇଛି, ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧୫,୦୦,୦୦୦/- ଟଙ୍କା ହେବ।

ଏହି ଚଢ଼ଉରେ ୧୨୦ ରୁ ଉର୍ଦ୍ଧ୍ୱ ଅଧିକାରୀ ଓ କର୍ମଚାରୀ ସାମିଲ ଥିଲେ, ସେମାନଙ୍କ ମଧ୍ୟରେ ଚିକିଟି ଅବକାରୀ ରେଞ୍ଜ ଇନ୍ସପେକ୍ଟର ସଞ୍ଜୟ କୁମାର ପଣ୍ଡା, ବ୍ରହ୍ମପୁର ଅବକାରୀ ରେଞ୍ଜ ଇନ୍ସପେକ୍ଟର ଅର୍ଜୁନ କୁମାର ମଲ୍ଲିକ, ଖାରିଆଗୁଡ଼ା ଫାଣ୍ଡି ଅଧିକାରୀ ସମୀର ଜୟସିଂହ, ଦିଗପହଣ୍ଡି ଅବକାରୀ ଥାନା ଅଧିକାରୀଣୀ ଅନିତା ପ୍ରଧାନ, ଚିକିଟି ଅବକାରୀ ଥାନା ଅଧିକାରୀ ସଞ୍ଜୟ କୁମାର ଭୁକ୍ତା, ବ୍ରହ୍ମପୁର ଅବକାରୀ ଥାନା ଅଧିକାରୀଣୀ ସୁଶ୍ରୀ ସଂଗୀତା ମହାପାତ୍ର, ଗୋପାଳପୁର ଅବକାରୀ ଥାନା ଅଧିକାରୀଣୀ ସସ୍ମିତା ମଲ୍ଲିକ, ଅବକାରୀ ଉପ ନିରୀଖିକା ରାଜେଶ୍ୱରୀ ବିଶ୍ଵାଳ, ଉପ ନିରୀକ୍ଷକ ସୁବ୍ରତ ସେଠୀ, ବ୍ରହ୍ମପୁର ଅବକାରୀ ଗୋଇନ୍ଦା ବିଭାଗ ଉପ ନିରୀଖିକା ନର୍ମଦା ନାହାକ, ବ୍ରହ୍ମପୁର ଅବକାରୀ ବିଭାଗର କର୍ମଚାରୀଙ୍କ ସହ ବ୍ରହ୍ମପୁର ଅବକାରୀ ଗୋଇନ୍ଦା ବିଭାଗ, ଜରଡା ଥାନା କର୍ମଚାରୀ, ଏ.ପି.ଆର୍ ଫୋର୍ସ ଏବଂ ପୋଲିସ୍ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

ଏହି ଚଢ଼ଉ ଦ୍ୱାରା ଅଞ୍ଚଳରେ ଚୋରା ମଦ କାରବାର ଉପରେ ଏକ ବଡ଼ ଧରଣର ପ୍ରହାର କରାଯାଇଛି।

ad-week
Leave A Reply

Your email address will not be published.