କାଶୀପୁର, ଦଶମନ୍ତପୁର ଓ ଲକ୍ଷ୍ମୀପୁରରେ ବେଦାନ୍ତ ବିରୋଧରେ ଜନଆନ୍ଦୋଳନ

add-all

ରାୟଗଡ଼ : କାଶୀପୁର, ଦଶମନ୍ତପୁର ଓ ଲକ୍ଷ୍ମୀପୁର ବ୍ଲକର ପ୍ରାୟ ୧୫ ହଜାରରୁ ଉର୍ଦ୍ଧ୍ୱ ଲୋକେ ଆଜି ଏକ ବିଶାଳ ଆନ୍ଦୋଳନରେ ସାମିଲ ହୋଇ “ବେଦାନ୍ତ ଡାଉନ୍ ଡାଉନ୍” ଏବଂ “OMC ଗୋ ବ୍ୟାକ୍” ନାରା ଦେଇଛନ୍ତି। ଲକ୍ଷ୍ମୀପୁର OMC କାର୍ଯ୍ୟାଳୟ ସମ୍ମୁଖରେ ଏହି ଆନ୍ଦୋଳନରେ ଅଞ୍ଚଳବାସୀଙ୍କର ପ୍ରବଳ ଗର୍ଜନ ଦେଖିବାକୁ ମିଳିଥିଲା।

ଆନ୍ଦୋଳନକାରୀମାନେ ପ୍ରଶ୍ନ କରିଛନ୍ତି ଯେ, ଯଦି ସମସ୍ତ ଖଣି ବେଦାନ୍ତ ଦାବି କରି ନେଇଯାଏ, ତେବେ ବର୍ତ୍ତମାନ ଗଢ଼ି ଉଠୁଥିବା ଆଦିତ୍ୟ ଆଲୁମିନା କାରଖାନାର ଭବିଷ୍ୟତ କଣ ହେବ? ସେମାନେ ସ୍ପଷ୍ଟ କରିଛନ୍ତି ଯେ, ଯଦି ସରକାର ଆଦିତ୍ୟ ଆଲୁମିନାକୁ ଆବଶ୍ୟକୀୟ ଖଣି ଯୋଗାଇ ନ ଦିଅନ୍ତି, ତେବେ କାରଖାନାଟି “ପ୍ରକଳ୍ପ ହୋଇ ନ ହେବା” ସହିତ ସମାନ ହେବ।

ଆନ୍ଦୋଳନକାରୀଙ୍କ ଅଭିଯୋଗ ଅନୁଯାୟୀ, ବେଦାନ୍ତ କମ୍ପାନୀ ଗତ ୭-୮ ବର୍ଷ ଧରି କଡିଙ୍ଗାମାଳିରୁ ଖଣି ରପ୍ତାନି କରିଆସୁଛି, କିନ୍ତୁ ଅଞ୍ଚଳବାସୀଙ୍କୁ କେବଳ ଧୂଳି, ପ୍ରଦୂଷଣ ଏବଂ ମିଥ୍ୟା ପ୍ରତିଶ୍ରୁତି ବ୍ୟତୀତ କିଛି ଦେଇନାହିଁ। CSR ମାଧ୍ୟମରେ କୌଣସି ଉନ୍ନତିମୂଳକ କାମ କରାଯାଇନଥିବା ସେମାନେ ଅଭିଯୋଗ କରିଛନ୍ତି।

ଅପରପକ୍ଷରେ, ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଆଦିତ୍ୟ ଆଲୁମିନା କାରଖାନା ମାତ୍ର ୭ ମାସ ହୋଇଥିଲେ ମଧ୍ୟ, ଅଞ୍ଚଳବାସୀଙ୍କ ସହିତ ଦୁଃଖ-ସୁଖରେ ସାଥ ଦେଇଆସୁଛି। CSR ମାଧ୍ୟମରେ ପାନୀୟ ଜଳ, ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ହାତକୁ ନେଇଥିବାରୁ ଅଞ୍ଚଳରେ ଆଦିତ୍ୟ ଆଲୁମିନାର ନାମ ପ୍ରଶଂସିତ ହୋଇଛି।

ad-week
Leave A Reply

Your email address will not be published.