ମନ୍ତ୍ରୀଙ୍କ ବୈଠକ କୁ ବିଜେପି ୱାର୍ଡ଼ ମେମ୍ବର ଏବଂ ସମର୍ଥକ ଙ୍କୁ ବିଧାୟକ ଗୋଷ୍ଟି ପକ୍ଷରୁ ବାରଣ…..!
ମାଫିଆ ମାନଙ୍କୁ ଭସ୍ମାସୁର ପରି ଦେଉଥିବା ବର ବିଧାୟକ ଙ୍କୁ ହିଁ ଭାରି ପଡିବ…!


ଆସିକା ବିଜେପି ରେ ଥିବା ଗୋଷ୍ଠୀ କନ୍ଦଳ ବାଟରୁ ଯାଇ ହାଟରେ ଗଡୁଛି
ସାଂସଦ ଓ ବିଧାୟକ ଗୋଷ୍ଟି ମଧ୍ୟରେ ରେ ତିକ୍ତତା ଦିନକୁ ଦିନ ବଢୁଛି…..!
ବ୍ରହ୍ମପୁର :ଗଞ୍ଜାମ ଜିଲ୍ଲା ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ସାଂସଦ ଓ ବିଧାୟକ ସମର୍ଥକଙ୍କ ମଧ୍ୟରେ ତିକ୍ତତା ଦିନକୁ ଦିନ ବଢ଼ୁଥିବା ଦେଖିବାକୁ ମିଳୁଛି। ଶନିବାର ଦିନ ଆସିକା ରାଜସ୍ୱ ଡ଼ାକବଙ୍ଗଳା କୁ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଆସିଥିଲେ। ଆସିକା ସାଂସଦ ଓ ବିଧାୟକ ଉପସ୍ଥିତ ଥିବା ବେଳେ ବିଜେପି ଦଳର କର୍ମୀ ଓ ଉଭୟ ନେତାଙ୍କ ସମର୍ଥକ ମନ୍ତ୍ରୀଙ୍କୁ ଦେଖା କରିବାକୁ ଯାଇଥିଲେ। ବିଧାୟକଙ୍କ ସମର୍ଥକ ମାନେ ଚାଷୀ ନେତା ତଥା ୧୬ ୱାର୍ଡ଼ ମେମ୍ବର ରାଘବ ସିଓ ଙ୍କୁ ମନ୍ତ୍ରୀଙ୍କ ପାଖକୁ ଯିବାକୁ ବାରଣ କରିବା ଓ ଯୁକ୍ତି ତର୍କ କରିବା ଭିଡିଓ ଏବେ ସୋସିଆଲ ମିଡ଼ିଆ ରେ ଭାଇରଲ ହେଉଛି। ଆସିକା ଅଞ୍ଚଳ ରେ ବିଧାୟକଙ୍କ ଗୋଷ୍ଟି ପକ୍ଷରୁ ମେରୀରାୟ ଶାସନ ଚାଲିଥିବା ଚର୍ଚ୍ଚା ହେଉଛି। ଶାସକ ଦଳର ଦଳୀୟ କାର୍ଯ୍ୟକ୍ରମ ରେ ଆଉ ବିଜେପି ଦଳର ପୁରୁଖା ନେତାଙ୍କ ଦେଖା ମିଳୁନାହିଁ। ପୁରୁଖା ମାନଙ୍କୁ ଅଣଦେଖା କରିବା ଯୋଗୁଁ ଦଳ ଭିତରେ ତିକ୍ତତା ଦିନକୁ ଦିନ ବଢ଼ିବାରେ ଲାଗିଥିବା ଆଲୋଚନା ହେଉଛି। ଆସିକା ଅଞ୍ଚଳ କୁ ଯୋଗାଣ ମନ୍ତ୍ରୀଙ୍କ ସହ ଚାଷୀ ମାନଙ୍କୁ ଧରି ସାର ସହିତ ଅନ୍ୟାନ୍ୟ ଆଲୋଚନା କରିବାକୁ ଆସିଥିବା ୱାର୍ଡ ମେମ୍ବରଙ୍କୁ ବାରଣ କରାଯିବା ଘଟଣା ଏବେ ହାଟରେ ପଡ଼ି ଦାଣ୍ଡରେ ଗଡିଛି। ଗତ ମେ ମାସ ୨୫ ତାରିଖ ଦିନ କବିସୂର୍ଯ୍ୟନଗର ବ୍ଲକ ସିଆଳିଆ ଠାରେ ଆସିକା ସାଂସଦ ଓ ବିଧାୟକ ଙ୍କ ସମର୍ଥକଙ୍କ ମଧ୍ୟରେ ମୁହାଁ ମୁହିଁ ପରିସ୍ଥିତି ଉପୁଜିବା ଶେଷରେ ପୋଲିସ ପହଞ୍ଚି ଉଭୟ ସମର୍ଥକ ମାନଙ୍କୁ ବୁଝା ସୁଝା କରି ଛାଡିବା ପର୍ଯ୍ୟନ୍ତ କଥା ଯାଇଥିଲା। ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ଶାସକ ଦଳ ଭିତରେ ଲାଗି ରହିଥିବା ଛକାପଞ୍ଝା ଦଳ ପାଇଁ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବେଳେ ମହଙ୍ଗା ପଡିବ ବୋଲି ରାଜନୈତିକ ମହଲ ରେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ଥାଉକି ଆସିକା ବିଧାୟକ ବର୍ତ୍ତମାନ ହିଟଲରି ଶାସନ ଚଳାଇବାରେ ବ୍ୟସ୍ତ l ମାଫିଆ ମାନେ ବିଧାୟକ ଙ୍କ ଚାତ୍ରଛାୟା ତଳେ ରହି ନାନା ଅରାଜକତା ଏପରିକି ବାଲି, ମଦ, ଖଣି ଲୁଟିବାରେ ଲାଗିଛନ୍ତି ପ୍ରଶାସନ ଙ୍କୁ ମାଫିଆ ମାନଙ୍କ ଭୟ ବି ରହୁନି l ପୋଲିସ କୁ ମାଫିଆ ଗୋଷ୍ଠୀ ନାଲି ଆଖି ଦେଖାଉଛନ୍ତି l ପୋଲିସ ଯଦି କଥା ମାନୁନି ତେବେ ମିଥ୍ୟା ପୋଲିସ ବିରୋଧ ରେ କେସ ହେଉଛି l ବିଧାୟକ ଖୋଲାମ ଖୋଲା ବଟି ମାଗିବା ଅଡିଓ ଭାଇରଲ ହୋଇଛି ଯାହାକି ଓଡିଶା ରାଜନୀତି ରେ ଏକ ନୁଆଁ ପରମ୍ପରା ଓ ନୁଆଁ ଅଧ୍ୟାୟ ଆରମ୍ଭ ହୋଇଛି l ଲୋକ ଦେଖାଣିଆ ବିଧାୟକ ଙ୍କ ବିରୋଧ ରେ ଭିଜିଲାନ୍ସ ତଦନ୍ତ ନିର୍ଦେଶ ହୋଇଥିଲା କିନ୍ତୁ ଆଜି ଯାଏ ତଦନ୍ତ ତଦନ୍ତ ରେ ରହି ଗଲା ଏବଂ ଫାଇଲ ନାଲି ଫିତା ତଳେ ଦାବୀ ଦିଆ ଗଲା l ସେହି ଦିନ ଠାରୁ ଖୋଦ ଆସିକା ବିଧାୟକ ଇନ୍ଦ୍ର ଚନ୍ଦ୍ର ମାନୁ ନାହାନ୍ତି ବୋଲି ଚର୍ଚ୍ଚା ହେଉଛି l କିଛି ଗୋଦି ମିଡ଼ିଆ କୁ ଡାକି ବାହୁସ୍ପଟ ଟିପଣୀ ଏବଂ ଵ୍ୟକ୍ତି ଗତ ଆକ୍ଷେପ କରିବାକୁ ମଧ୍ୟ ପଛାଉ ନାହାନ୍ତି ବୋଲି ବିଭିନ୍ନ ଖଟିରେ ଲୋକେ ଚର୍ଚ୍ଚା କରି ନାପସନ୍ଦ ମଧ୍ୟ କଲେଣି l ବିଧାୟକ ଜାଣି ସାରିଲେଣି ବୋଧେ ଏହା ତାଙ୍କ ରାଜନୀତି ଜୀବନ ର ଶେଷ ପୃଷ୍ଠା ତେଣୁ ଔଷଧ ବିକଳ ରେ ତାଟିଆ କାମୁଡୁ ଛନ୍ତି ବୋଲି ଲୋକ ଚର୍ଚ୍ଚା କଲେଣି l ମାଫିଆ ମାନଙ୍କୁ ଭସ୍ମାସୁର ପରି ଯେଉଁ ବର ଦେଉଛନ୍ତି ଆଗାମୀ ଦିନରେ ଏହା କାଳ ହୋଇଯିବ l ଏବଂ ଏହାକୁ ନେଇ କେତେଯେ ମୁଣ୍ଡ ଗଡିବ ତାହା ସମୟ କହିବ