ଅବକାରୀ ବିଭାଗ ହାତରେ ୬ ଜଣ ଗଞ୍ଜେଇ ମାଫିଆ :ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ…..!

add-all


ବ୍ରହ୍ମପୁର: ଅବକାରୀ ବିଭାଗ ଏବେ ଆକ୍ଟିଭ ଏବଂ ଆକ୍ସନ ମୁଡ଼ ରେ, ଗଞ୍ଜେଇ ମାଫିଆ ମାନଙ୍କ ଆଡ୍ଡା ଉପରେ ଚଢ଼ାଉ କରି ଗୋଡ଼ାଇ ଗୋଡ଼ାଇ ଧରୁଛି। ଓଡିଶା ରାଜ୍ୟ ଅବକାରୀ ଆଯୁକ୍ତ ପି. ଅନ୍ଵେଷା ରେଡ୍ଡୀ ଓ ଅବକାରୀ ଯୁଗ୍ମ ଆଯୁକ୍ତ ତଥା ଭାରପ୍ରାପ୍ତ ଅବକାରୀ ଉପ-ଆଯୁକ୍ତ, ଦକ୍ଷିଣାଞ୍ଚଳ ଡମ୍ବରୁ ଧର ଖଣ୍ଡା ଙ୍କ ନିର୍ଦେଶ କ୍ରମେ ଓ ଉପ-ଅଧିକ୍ଷ୍ୟକ ଶ୍ରୁତିକାନ୍ତ ରାଉତ ଙ୍କ ପ୍ରତ୍ୟକ ତତ୍ୱାବଧାନ ରେ ଅବକାରୀ ଗୁଇନ୍ଦା ସଂସ୍ଥା, ବ୍ରହ୍ଣପୁର ଏକ ବିଶେଷ ସୂତ୍ରରୁ ଖବର ପାଇ ଗଞ୍ଜାମ ଜିଲ୍ଲାର ଆସିକା ଅଞ୍ଚଳ ବାଲିସିରା ରେ ଚଢ଼ାଉ କରି ବେଆଇନ ଗଞ୍ଜେଇ ଜବତ କରିଛି।ଜବତ ସାମଗ୍ରୀ ମଧ୍ୟରେ ଗୋଟିଏ ଇନୋଭା କାର,


ଦୁଇଟି ପଲସର ୨୨୦ ପଲସର ମୋଟର ସାଇକେଲ,ଯାହା ଗଞ୍ଜେଇ ଚାଲାଣ କରିବା ପାଇଁ ପାଇଲଟିଙ୍ଗରେ ବ୍ୟବହାର କରୁଥିଲା,୫୦ କିଗ୍ରା ଗଞ୍ଜେଇ ସହିତ ପାଞ୍ଚ ଗୋଟି ମୋବାଇଲ ଫୋନ,ଜବତ କରିଛି l ଏହି ଗଞ୍ଜେଇ ଚାଲାଣ ଅଭିଯୋ ଗରେ କନ୍ଧମାଳ ଜିଲ୍ଲାର ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରା ଯାଇଛି। ସେମାନେ ହେଲେ ଦୁଃଶାସନ ମଲ୍ଲିକ, ଅଜିତ କୁମାର ଡିଗଲ,ପ୍ରକାଶ ମଲ୍ଲିକ,ଜିତେନ୍ଦ୍ର ମଲ୍ଲିକ, ସତ୍ୟନାରାୟଣ ମଲ୍ଲିକ,ସାମୁଏଲ ଡ଼ିଗଲ ଅଭିଯୁକ୍ତ ମାନେ ଏହି ଗଞ୍ଜେଇ କୁ କନ୍ଧମାଳରୁ ଭୁବନେଶ୍ୱର ନେଉଥିଲେ ବୋଲି ପ୍ରକାଶ କରିଛନ୍ତି, ସମସ୍ତ ଜବତ ସାମଗ୍ରୀ ର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କା ହେବ।ଆଗାମୀ ପୂଜାଋତୁ କୁ ଆଖିରେ ରଖି ଏହି ଚଢ଼ାଉ ଆହୁରି ଜୋରଦାର ହେବବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି। ଏହି ଚଢ଼ାଉ ରେ ଅଜିତ କୁମାର ନାୟକ, ସନ୍ତୋଷ ନାୟକ, କୁମୁଦ ପ୍ରଧାନ, ପ୍ରବିର ସାମଲ,ବଳରାମ ଜେନା, ସରୋଜ ସ୍ୱାଇଁ ଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ଅଂଶ ଗ୍ରହଣ କରିଥିଲେ।

ad-week
Leave A Reply

Your email address will not be published.