
ମାଲକାନଗିରି ୧୯,୦୯ ରାଜ୍ୟ ସରକାର ଶିକ୍ଷା ଓ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ ଦେଉଛନ୍ତି।ବିଶେଷ କରି ରାଜ୍ୟ ସରକାର ଏବେ ସ୍ୱାସ୍ଥ୍ୟ ଉପରେ ଅଧିକରୁ ଅଧିକ ଗୁରୁତ୍ୱ ଦେଇଛନ୍ତି।କିନ୍ତୁ ଅନେକ ମେଡ଼ିକାଲ ରେ ଭିତ୍ତିଭୂମି ଅଭାବରୁ ନିରୀହ ଗରିବ ରୋଗୀ ମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାସ୍ତରିତ କରାଇ ଗରିବ ରୋଗୀ ଓ ପରିବାର ଲୋକଙ୍କୁ ଖର୍ଚ୍ଚାନ୍ତ କରାଉ ଥିବା ଅଭିଯୋଗ ହେଉଛି।ଅନେକ ମେଡିକାଲ ରେ ଅଲ୍ଟ୍ରାସାଉଣ୍ଡ ମେସିନ ଅଛି କିନ୍ତୁ ଅନେକ ସମୟରେ ଅଚଳ ହୋଇ ଯିବା କାରଣରୁ ରୋଗୀ ମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ପଠେଇ ଦିଆ ଯାଉଥିବା ବେଳେ ଅନେକ ମେଡ଼ିକାଲ ରେ ଏକ୍ସରେ ମେସିନ ତ ଅଛି କିନ୍ତୁ ଅନେକ ସମୟରେ ଖରାପ ହେଉଥିବା ଦେଖିବାକୁ ମିଳୁଛି।ଏକ୍ସରେ ମେସିନ ଠିକ ସମୟରେ ମରାମତି ହେଉ ନଥିବା କାରଣରୁ ରୋଗୀ ମାନଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି।ଏପରି ଏକ ଚିତ୍ର ଦେଖିବାକୁ ମିଳିଛି ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ସଦର ମହକୁମାରେ ଥିବା ଉପଖଣ୍ଡ ଚିକିତ୍ସାଳୟରେ।ମାଥିଲି ଠାରେ ଥିବା ଉପଖଣ୍ଡ ଚିକିତ୍ସାଳୟ କୁ ଗତ ୨୦୧୯ ମସିହାରେ ମାଥିଲି ମେଡ଼ିକାଲ କୁ ଉପଖଣ୍ଡ ଚିକିତ୍ସାଳୟ ର ମାନ୍ୟତା ମିଳିଛି।ମାଥିଲି ଉପଖଣ୍ଡ ଚିକିତ୍ସାଳୟ ଉପରେ ମାଥିଲି ବ୍ଲକ ର ୨୦ ଗୋଟି ଗ୍ରାମ ପଞ୍ଚାୟତ ପଡୋଶୀ ଖଇରପୁଟ ବ୍ଲକ ର ୧୧ ଟି ପଞ୍ଚାୟତ ସହିତ ପଡୋଶୀ କୋରାପୁଟ ଜିଲ୍ଲାର ବୈପାରିଗୁଡା ବ୍ଲକର ତେନ୍ତୁଳି ଗୁମ୍ମା ଗାଁ ର ଲକ୍ଷାଧିକ ଜନସାଧାରଣ ନିର୍ଭର କରିଥାନ୍ତି।କିନ୍ତୁ ଉପଖଣ୍ଡ ଚିକିତ୍ସାଳୟରେ ଆବଶ୍ୟକ ମୁତାବକ ଡାକ୍ତର ଅଭାବ ଥିବା ବେଳେ ଚିକିତ୍ସାଳୟରେ ଥିବା ଏକ୍ସରେ ମେସିନ ମରାମତି ଅଭାବରୁ ମେସିନ ଟି ବାରମ୍ବାର ଖରାପ ହେଉଛି।ଯାହା ଫଳରେ ନିରୀହ ଆଦିବାସୀ ଗରିବ ରୋଗୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତିଏବଂ ବହୁତ ସମୟ ଅପେକ୍ଷା କରିବାବୁ ପଡୁଛି। ଏକ୍ସରେ କରିବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଯିବାକୁ ପଡୁଛି।ମରାମତି ଅଭାବରୁ ବାରମ୍ବାର ଏକ୍ସରେ ମେସିନ ଖରାପ ହେଉଥିବା ଅଭିଯୋଗ ଆସିବା ପରେ ଆମେ ଉପଖଣ୍ଡ ଚିକିତ୍ସାଳୟ ର ଅଧିକାରୀ ଡାକ୍ତର ବସନ୍ତ କୁମାର ସାହୁ ଙ୍କୁ ପଚାରିବାରୁ ଏକ୍ସରେ ମେସିନ ମରାମତି ବିଷୟରେ ପଚାରି ଥିଲୁ ଶ୍ରୀ ସାହୁ ମୋ ଦାୟିତ୍ୱ ରେ ନାହିଁ ବୋଲି କହିଥିଲେ । ଏବିଷୟରେ କିଛି କହି ପାରିବି ନାହିଁ।ଏଠି ପ୍ରଶ୍ନ ଉଠୁଛି ଯେ ଚିକିତ୍ସାଳୟ ଅଧିକାରୀ ଯଦି ଏକ୍ସରେ ମେସିନ ଖରାପ ହେଲେ ଯଦି ଦାୟିତ୍ୱ ନେଇ ମରାମତି କରିବା ପାଇଁ ପ୍ରୟାସ କରିବେ ନାହିଁ ତାହେଲେ ଏକ୍ସରେ ମେସିନ କିଏ ଦାୟିତ୍ୱ ନେଇ ମରାମତି କରିବେ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହାକୁ ଗୁରୁତର ସହ ନେଇ ତୁରନ୍ତ ମରାମତି କରିବା ପରେ ୨ ଟି ବ୍ଲକ ତଥା ପଡୋଶୀ କୋରାପୁଟ ଜିଲ୍ଲା ର ତେନ୍ତୁଳି ଗୁମ୍ମା ପଞ୍ଚାୟତର ଜନସାଧାରଣ ଦାବି କରିଛନ୍ତି।