ଆସିକା ଖଡ଼ଭାଗ ଗ୍ରାମ ଏବେ ଗଞ୍ଜେଇ ମାଫିଆ ମାନଙ୍କ ହବ୍ ..!

ଧୃତରାଷ୍ଟ୍ର ସାଜିଛି ପ୍ରଶାସନ ନା ଆଉ କିଛି…??

add-all

ଅବକାରୀ ବିଭାଗ କାର୍ଯ୍ୟାଳୟ ଠାରୁ ମାତ୍ର ଦୁଇ କିମି ଦୂରରେ ଖୁଲାମ ଖୁଲା ବେପାର…..!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା-ବ୍ରହ୍ମପୁର ୫୯ ନମ୍ବର ଜାତୀୟ ରାଜପଥ କଡ଼ରେ ଖଡ଼ଭାଗ ଗ୍ରାମ। ଖଡ଼ଭାଗ ଗ୍ରାମ ନିକଟରୁ ପୂର୍ବରୁ ବହୁବାର ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ ହେବାର ନଜିର ରହିଛି। ଖଡ଼ଭାଗ ଅଞ୍ଚଳକୁ ଗଜପତି, ଦିଗପହଣ୍ଡି, ସୋରଡ଼ା, ଶେର ଗଡ଼, ବଡ଼ଗଡ଼ ଆଦି ଅଞ୍ଚଳରୁ ରୀତିମତ ବିଭିନ୍ନ ପ୍ରକାର ଚାରି ଚକିଆ ଯାନରେ ଗଞ୍ଜେଇ ଆସି ଜିଲ୍ଲା ସମେତ ଅନ୍ୟ ଜିଲ୍ଲା ବା ରାଜ୍ୟକୁ ଚାଲାଣ ହେଉଛି। ଆସିକା ଅବକାରୀ ବିଭାଗ କାର୍ଯ୍ୟାଳୟ ଖଡ଼ଭାଗ ଗାଁ ନିକଟରେ ଥିଲେ ବି ବାବୁ ମାନଙ୍କ ସେହି ଗାଁ ରେ ଛାଇ ପଡ଼ୁନଥିବା ଆଲୋଚନା ହେଉଛି। ଖଡ଼ଭାଗ ଜାତୀୟ ରାଜପଥ କଡ଼ରେ ରହିଥିବା ଯୋଗୁଁ ଗଞ୍ଜେଇ ମାଫିଆ ମାନଙ୍କ ହବ୍ ପାଲଟିଛି। ଖଡ଼ ଭାଗ ଗ୍ରାମର କିଛି ଗଞ୍ଜେଇ ମାଫିଆ ମାନଙ୍କ ସହିତ ଅନ୍ୟ ଜିଲ୍ଲାର ମାଫିଆ ମାନଙ୍କ ଯୋଗ ସୂତ୍ରରେ ଏହି କରବାର ସବୁ ଚାଲିଥିବା ଜଣାପଡିଛି। ସ୍ୱତନ୍ତ୍ର ସ୍କ୍ୱାଡ଼ ଭୋର ସମୟରେ ଖଡ଼ଭାଗ ଠାରେ ଚଢ଼ାଉ କଲେ ଲକ୍ଷା ଧିକ ଟଙ୍କାର ଗଞ୍ଜେଇ ଚାଲାଣ ର ଗୁମର ପର୍ଦାଫାଶ ହେବ।

ad-week
Leave A Reply

Your email address will not be published.