
ନୟାଗଡ : ନୟାଗଡ ଜିଲ୍ଲା ନୂଆଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ୩ଗୋଟି ବ୍ଲକ ର ପ୍ରଧାନ ଶିକ୍ଷକଙ୍କୁ ନେଇ ସମ୍ଭବ ପ୍ରଶିକ୍ଷଣ ଶିଵିର ହୋଇଯାଇଛି,ନୂତନ ଶିକ୍ଷା କୁ ସଠିକ ଭାବେ ପ୍ରୟୋଗ ପାଇଁ ପ୍ରଧାନ ଶିକ୍ଷକ ମାନଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ନେତୃତ୍ୱ ଏବଂ ଆ ସି ଟି ର ପ୍ରୟୋଗ ସମେତ ବିଭିନ୍ନ ସରକାରୀ ନୀତି ନିୟମକୁ ବୁଝିବା ଏବଂ କାର୍ଯ୍ୟ ରେ ଲଗାଇବା ନିମନ୍ତେ ୫ ଦିନିଆ ସମ୍ଭବ ପ୍ରଶିକ୍ଷଣ ଶିଵିର ହୋଇଥିଲା , ଉକ୍ତ ପ୍ରଶିକ୍ଷଣ ଶିବିରରେ ଦଶପଲ୍ଲା, ନୂଆଗାଁ,ଗଣିଆ ବ୍ଲକ ର ୬୦ ଜଣ ପ୍ରଧାନ ଶିକ୍ଷକ ଏଥିରେ ଯୋଗଦାନ କରି ଥିଲେ, ପ୍ରଶିକ୍ଷକ ଭାବେ ପ୍ରଧାନ ଶିକ୍ଷକ ଗିରିଜା ଶଙ୍କର ମହାପାତ୍ର, ବସନ୍ତ କୁମାର ସାହୁ, ନିତ୍ୟାନନ୍ଦ ଦାସ, ଗୋପବନ୍ଧୁ ଦାସ ଏବଂ ବସନ୍ତ କୁମାର ସାହୁ ସମେତ ୫ ଜଣ ପ୍ରଧାନ ଶିକ୍ଷକ ଯୋଗଦାନ କରି ପ୍ରଶିକ୍ଷଣ ଦେଉଛନ୍ତି, ଉକ୍ତ ଶିବିର ୩ ଦିନ ଧରି ଉକ୍ତ ହାଇସ୍କୁଲ ପରିସରରେ ଚାଲିଥିଲା ,ନୟାଗଡ଼ ଜିଲା ଶିକ୍ଷା ଅଧିକାରୀ ଚିତ୍ତ ରଞ୍ଜନ ପାଣ୍ଡେଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏବଂ ନୂଆଗାଁ ହାଇସ୍କୁଲ ପ୍ରଧାନ ଶିକ୍ଷକ ଭୀମସେନ ଦାଶଙ୍କ ସହଯୋଗରେ ଏହି ପ୍ରଶିକ୍ଷଣ ୫ ଶିଵିର ଅନୁଷ୍ଠିତ ହୋଇଥିଲା. ଆଜି ଅନୁଷ୍ଠାନିକ ଭାବରେ ଉଦଯାପିତ ହୋଇଯାଇଛି ।