
ନୟାଗଡ଼ : ନୟାଗଡ଼ ଜିଲ୍ଲାରେ ୭୫୦ ରୁ ଉର୍ଦ୍ଧ୍ବ ନକଲି ସାର୍ଟିଫିକେଟ ଧାରି ଶିକ୍ଷକ ବା ନକଲି ଶିକ୍ଷକ ଅବାଧରେ ପାଠ ପଢ଼ାଉଛନ୍ତି । ଧର ପଗଡ ପାଇଁ ଶିକ୍ଷ୍ୟା ବିଭାଗ ତରଫରୁ ସାର୍ଟଫିକେଟ ଯାଞ୍ଚ କରାଯାଉଛି ହେଲେ ନକଲି ସାର୍ଟିଫିକେଟ ଦେଇ ଜିଲ୍ଲାରେ ନିଯୁକ୍ତି ପାଇଥିବା ଅନେକ ଶିକ୍ଷକ ହାତଗୁଞ୍ଜା ଦେଇ ଖସି ଯାଉଛନ୍ତି ।ନକଲି ଶିକ୍ଷକ ଧରା ନପଡ଼ିବାରୁ ଯାଞ୍ଚ ପ୍ରକ୍ରିୟାର ସ୍ବଚ୍ଛତା ଉପରେ ପ୍ରଶ୍ନ ଉଠିଛି ।ସ୍ବଚ୍ଛତା ର ସହିତ ଯାଞ୍ଚ ପ୍ରକ୍ରିୟା ହେଉ ନଥିବାରୁ ନକଲି ଶିକ୍ଷକ ମାନେ ବହୁ ବର୍ଷ ଧରି ନିର୍ଭୟରେ ଦରମା ନେଇ ଚାଲିଛନ୍ତି । ଏହି ନକଲି ଶିକ୍ଷକଙ୍କ ପାଖରେ ପଢ଼ି ପିଲାମାନେ ମୂର୍ଖ ହେଉଛନ୍ତି ବୋଲି କେତେକ ଅଭିଭାବକ ଏବଂ ଶିକ୍ଷାବିତ ମତ ଦେଇଛନ୍ତି । ନୟାଗଡ଼ ଜିଲ୍ଲାର ୮ ଟି ବ୍ଲକ ମଧ୍ୟରୁ ନୟାଗଡ଼, ଓଡ଼ଗାଁ, ନୂଆଗାଁ, ଦଶପଲ୍ଲା, ରଣପୁର ବ୍ଲକରେ ନକଲି ସାର୍ଟିଫିକେଟ ଧାରୀ ଶିକ୍ଷକ ଅଧିକ ରହିଛନ୍ତି । ରାଜ୍ୟରେ ୪୨୪ ଜଣ ନକଲି ଶିକ୍ଷକ ଙ୍କୁ ଚିହ୍ନଟ କରି ନିଲମ୍ବିତ କରାଯାଇଛି କିନ୍ତୁ ନୟାଗଡ଼ ଜିଲ୍ଲାରେ ଏହି ନକଲି ସାର୍ଟିଫିକେଟ ଦେଇ ଚାକିରି କରୁଥିବା ଶିକ୍ଷକ ମାନଙ୍କୁ କିପରି ସୁରକ୍ଷା ମିଳୁଛି ତାହା ତଦନ୍ତ ସାପେକ୍ଷ ।କେତେକ ଶିକ୍ଷକ ନେତାଙ୍କ ସୂଚନା ଅନୁଯାୟୀ କ୍ଳଷ୍ଟର ପଏଣ୍ଟରେ ଯାଞ୍ଚ ହେଉଥିବା ବେଳେ ନକଲି ଶିକ୍ଷକ ମାନେ ଦୂରେଇ ରହୁଛନ୍ତି । ପରେ ବ୍ଲକ ଶିକ୍ଷାଧିକାରୀ ଙ୍କ କାର୍ଯ୍ୟାଳୟକୁ ଆସି ହତଗୁଞ୍ଜା ଦେଇ କାର୍ଯ୍ୟ ହାସଲ କରୁଛନ୍ତି ।ହାତଗୁଞ୍ଜା କାରବାର ପାଇଁ ପ୍ରତ୍ୟେକ ବ୍ଲକ ଶିକ୍ଷାଧିକାରୀ ଙ୍କ କାର୍ଯ୍ୟାଳୟରେ ଏକ ରାକେଟ କାମ କରୁଛି ।
ଏହାକୁ ନେଇ ଜିଲ୍ଲା ଶିକ୍ଷାଧିକାରୀ ଚିତ୍ତରଂଜନ ପାଣ୍ଡେଙ୍କୁ ପଚାରିବାରୁ ଜାଲ ଶିକ୍ଷକ ଧରପଗଡ ତ୍ୱରାନ୍ୱିତ ହୋଇଛି। ଯେଉଁମାନେ ଏଥିରେ ସଂପୃକ୍ତ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ତେବେ ଅଭିଯୋଗ ମିଳିଲେ ତଦନ୍ତ କରି ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।
ସେହିପରି ଗୋଟିଏ ଶିକ୍ଷା ବର୍ଷରେ ଦୁଇଟି ସାର୍ଟିଫିକେଟ ହାସଲ କରି ଅନେକ ଶିକ୍ଷକ ପଦୋନ୍ନତି ପାଇଛନ୍ତି ।ସେମାନଙ୍କ ନାମରେ ଅନେକଥର ଅଭିଯୋଗ ଆସିଥିଲେ ମଧ୍ୟ ତଦନ୍ତର ସ୍ବଚ୍ଛତା ଅଭାବରୁ ସେମାନେ ନିର୍ଭୟରେ କାର୍ଯ୍ୟ କରୁଛନ୍ତି ।ବାପାଙ୍କ ସ୍ଵେଚ୍ଛାକୃତ ଅବସର ପରେ ଯୁକ୍ତ ୨ ପାସ କରି ଅଣ ତାଲିମ ପ୍ରାପ୍ତ ଶିକ୍ଷକ ଭାବେ ନିଯୁକ୍ତି ପାଇଥିଲେ । ଏହି ଅଣ ତାଲିମ ପ୍ରାପ୍ତ ଶିକ୍ଷକ ମାନେ ଯେଉଁ ବର୍ଷ ସିଟି ତାଲିମ ନେଉଥିଲେ ସେହି ବର୍ଷରୁ ଉତ୍କଳ ବିଶ୍ୱବିଦ୍ୟାଳୟ ରେ ଯୁକ୍ତ ୩ ପାଇଁ ୩ବର୍ଷ ପାଠପଢି ସର୍ଟିଫିକେଟ ହାସଲ କରିଛନ୍ତି । ଜଣେ ଶିକ୍ଷକ ଦୁଇଟି ସ୍ଥାନରେ ଏକା ସମୟରେ ସିଟି ତାଲିମ ଏବଂ ଯୁକ୍ତ ୩ କିପରି ପାଠ ପଢ଼ିଲେ ତାହା ତଦନ୍ତ ସାପେକ୍ଷ ।ସେ ପଢ଼ିବା ପାଇଁ ଦୁଇଟି କଲେଜ ଲିଭିଂ ଆଣିଲେ କେଉଁଠୁ।ତେଣୁ ପ୍ରମାଣ ପତ୍ରରେ ଜାଲିଆତି ହୋଇଥିବାର ଅଭିଯୋଗ ହେଉଛି । ଅନେକ ବିଦ୍ୟାଳୟରେ ଆବଶ୍ୟକ କ୍ଲାସ ଅନୁସାରେ ଶିକ୍ଷକ ନିଯୁକ୍ତି ନଥିବାରୁ କେତେକ ଅଣ ଶିକ୍ଷକ ଙ୍କ ଦ୍ଵାରା ଶିକ୍ଷାଦାନ ହେଉଛି ।ଏହି ଅଣ ଶିକ୍ଷକ ମାନଙ୍କୁ ମାସିକ ୨ରୁ ୩ ହଜାର ଟଙ୍କା ଦିଆଯାଉଛି । ଏନେଇ ଓଡ଼ଗାଁ ବ୍ଲକ ଶିକ୍ଷାଧିକାରୀ ବ୍ଲକ ଶିକ୍ଷାଧିକାରୀ ଦାୟିତ୍ୱରେ ଥିବା ରଣପୁର ବ୍ଲକ ଶିକ୍ଷାଧିକାରୀ ପିଣ୍ଟୁ ପ୍ରଧାନ ଙ୍କୁ ପଚାରିବାରୁ ତଦନ୍ତ କରି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।