

ସୁରକ୍ଷା କୁ ନେଇ ବିରାଟ ପ୍ରଶ୍ନ ବାଚୀ, କଥା କଥାରେ ବୁଲୁଛି ଖଣ୍ଡା ଓ ଗାର୍ଜୁଛି ମାଉଜର…!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଅଧିକାଂଶ ନିର୍ବାଚନ ମଣ୍ଡଳୀ ରେ ମାଫିଆ ମାନଙ୍କ ଆତଙ୍କ ରାଜ ଦିନକୁ ଦିନ ବଢ଼ିବାରେ ଲାଗିଛି। କିଛି ନେତାଙ୍କ ବାହୁଛାୟା ତଳେ ଆଶ୍ରୟ ନେଇ ମଦ ଓ ବାଲି ମାଫିଆ ମାନେ ସେମାନଙ୍କ ବ୍ୟବସାୟ ଚାଲୁଛନ୍ତି। ଯାହା ଫଳରେ ମାଫିଆ ମାନେ ବାବୁ ମାନଙ୍କୁ ନାଲି ଆଖି ଦେଖାଇ ସେମାନଙ୍କ ବେଆଇନ କାର୍ଯ୍ୟ କରିବାକୁ ବାଧ୍ୟ କରିବା ଓ ନାଁ କହିଲେ ଧମକ ଦେବା ଯୋଗୁଁ ଅଫିସର ମାନଙ୍କ ମଧ୍ୟରେ ଭୟର ବାତାବରଣ ଦେଖା ଦେଇଥିବା ଆଲୋଚନା ହେଉଛି। ମଦ ହେଉକି ବାଲି ଗାଡ଼ି ଜବତ ହେଲେ ନେତାଙ୍କ ତରଫରୁ ତାଗିତ ହୁଏ ଛାଡିବା ପାଇଁ ବୋଲି ଚର୍ଚ୍ଚା ହୋଇ ଆସୁଛି। କିଛି ଅଧିକାରୀ ମାନଙ୍କୁ ନେତାଙ୍କ ନିକଟକୁ ଡ଼ାକି ମୋ ଲୋକଙ୍କୁ ସାହାଯ୍ୟ କର ବୋଲି ଚାପ ପ୍ରୟୋଗ କରାଯାଉଥିବା ଚର୍ଚ୍ଚା ମଧ୍ୟ ହେଉଛି। ଗଞ୍ଜାମ ମାଫିଆ ମାନଙ୍କୁ ବାହାରୁ ଆସିଥିବା ବାବୁ ମାନେ ଭୟ କରୁଥିବା ମଧ୍ୟ ଚର୍ଚ୍ଚା ହେଲାଣି। କିଛି ନେତାଙ୍କ ଯୋଗୁଁ ଅଫିସର ମାନେ ମୁହଁ ଖୋଲିବାକୁ ଭୟ କରୁଛନ୍ତି। ପ୍ରକାଶ ଥାଉକି କିଛି ଦିନ ତଳେ ବ୍ରହ୍ମପୁର ଲାଞ୍ଜିପଲ୍ଲୀ ଠାରେ ଅବକାରୀ କାର୍ଯ୍ୟାଳୟ ରେ ଧସେଇ ପଶି ଜବତ ମଦ ଛାଡିବାକୁ ଧମକ ଦେଇ ଦୁଇଜଣ ଜେଲ ଯିବାର ନଜିର ବି ରହିଛି। ଏବଂ ଆସ୍କା ଅଞ୍ଚଳ ରେ ଏହା ନିତିଦିନିଆ ବ୍ୟବସ୍ତା ପାଲଟିଲାଣି l ବିଧାୟକ ଙ୍କ ବିନା ଅନୁମତି ରେ ପାତ୍ର ବି ହଲୁନି l ଗଞ୍ଜାମ ଜିଲ୍ଲାର ଅନେକ ବିଧାୟକ ହିଟଲରି ଶାସନ ଚଳାଇଛନ୍ତି l ଔଷଧ ବିକଳ ରେ ତାଟିଆ କାମୁଡିବା ନ୍ୟାରେ ବିଧାୟକ ଏବଂ ମନ୍ତ୍ରୀ ମାନଙ୍କ ନାଲି ଆଖିରେ ପ୍ରଶାସନ ନିରାଶ ହେଲାଣି l ଯାହାଫଳରେ ଜିଲ୍ଲାର ଆଇନ ଶୃଙ୍ଖଳା ବିଗିଡି ବିଗିଡି ଗଲାଣି ପ୍ରତ୍ୟେକ ଦିନ ଖଣ୍ଡା ଓ ମଉଜର ର ଶବ୍ଦ ଶୁଭୁଛି l ବିଷାକ୍ତ ମଦ ପ୍ରସ୍ତୁତି ବି ହେଉଛି ଏବଂ ଜିଲ୍ଲା ଏବଂ ଜିଲ୍ଲା ବାହାରକୁ ମଧ୍ୟ ଚାଲାଣ ହେଉଛି l ବେଆଇନ ବାଲି ଚାଲାଣ ଦିନକୁ ଦିନ ବଢ଼ି ଚାଲିଛି ସୁନା ଦର ଠାରୁ ବଳି ଗଲାଣି ବାଲି ଦର ପ୍ରଶାସନ ସବୁ ଜାଣି ନୀରବ l କାରଣ ବିଧାୟକ ଏବଂ ମନ୍ତ୍ରୀ ଙ୍କ ହିସାବ ଛିଡାଇ ମାଫିଆ ମାନେ ରାଜ କରୁଛନ୍ତି ଲୋକେ ଅଭିଯୋଗ କରିବେ କାହାକୁ ପ୍ରଶାସନ ବର୍ତ୍ତମାନ କୋମାରେ ସୁରକ୍ଷା ଦେବ କିଏ ବୋଲି ସାଧାରଣ ରେ ପ୍ରଶ୍ନ ଉଠୁଛି l