

ଶ୍ରେଣୀଗୃହ ଅଭାବରୁ ବାରଣ୍ଡାରେ ଚାଲିଛି ପାଠପଢା…
କୋଟପାଡ଼ – ଶୋଚନୀୟ ପରିସ୍ଥିତିରେ ମୁର୍ତାହାଣ୍ଡି ସଦର ସ୍ଥିତ ୟୁ୍.ଜି.ଏମ. ଇ. ବିଦ୍ୟାଳୟ l ଅପରିଷ୍କାର ଅପରିଛନ୍ନରେ ବିଦ୍ୟାଳୟଟି ରହିଥିବା ବେଳେ ଶ୍ରେଣୀଗୃହ ଅଭାବରୁ ଦୁଇ ଦୁଇଟି ଶ୍ରେଣୀର ଛାତ୍ରୀଛାତ୍ର ମାନଙ୍କୁ ଗୋଟିଏ ଗୃହରେ ଶିକ୍ଷା ଦାନ କରାଯାଉଛି l ଆଉ କିଛି ପିଲା ବାରଣ୍ଡାରେ ବସି ପାଠ ପଢାଯିବା ଦୃଶ୍ୟ ଦେଖିବାକୁ ମିଳିଛି l ବିଦ୍ୟାଳୟରେ ପlକଶାଳା ମଧ୍ୟ ନିର୍ମାଣ ହୋଇ ନ ଥିବା ଯୋଗୁଁ ସମସ୍ୟା ଲାଗିରହିଛି l ଅନ୍ୟପକ୍ଷରେ ସରକାରୀ ଯୋଜନା ସବୁ ମାଳମାଳ ନିର୍ମାଣ ହେଉଥିବା ଦେଖିବାକୁ ମିଳୁଛି ହେଲେ, ଏଠାରେ ଶ୍ରେଣୀଗୃହ ନିର୍ମାଣ କରିବାକୁ ପ୍ରଶାସନ କୁନ୍ଥେଇ ହେଉଥିବା ଭଳି ମନେ ହେଉଛି l ସ୍ୱାସ୍ଥ୍ୟ, ଶିକ୍ଷା ଭଳି ମୌଳିକ ସମସ୍ୟାର ସମାଧାନ କରିବାକୁ ସରକାର ବାରମ୍ବାର ବିଭିନ୍ନ ମାଧ୍ୟମରେ ଡିମଡିମା ପିଟୁଥିବା ବେଳେ ପୁଣି ଯେଉଁ ସ୍ଥିତିର ସେହି ସ୍ଥିତି l

ପ୍ରକାଶ ଥାଉକି,1956 ମସିହାରେ ନିର୍ମିତ ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ 248 ପିଲାଙ୍କ ପାଇଁ କେବଳ ତିନିଟି ଶ୍ରେଣୀ ଗୃହ ଅତି ଜରାଜୀର୍ଣ୍ଣ ଅବସ୍ଥାରେ ଦୀର୍ଘ ସମୟ ହେଲାଣି ପଡିରହିଛି l ଯାହା ଦ୍ୱାରା ବିଦ୍ୟାଳୟ ପରିସରରେ ନାହିଁ ନ ଥିବା ସମସ୍ୟା ଦେଖିବାକୁ ମିଳୁଛି l ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଉଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁନି l ଏହା ପ୍ରଶାସନିକ ଅବହେଳା ନା ରାଜନୈତିକ ଛକାପଞ୍ଚା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି l ସ୍ଥାନୀୟ ଏବଂ ଜ଼ିଲ୍ଲା ପ୍ରଶାସନ ଶୀଘ୍ର ଏ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଦାବୀ ହେଉଛି l