ସେବାପର୍ବ ଉପଲକ୍ଷେ ସୁନ୍ଦରଗଡ଼ରେ ଜିଲ୍ଲାସ୍ତରୀୟ ମାରାଥନ

add-all

ସୁନ୍ଦରଗଡ଼ : ସେବା ପର୍ବ (୧୭ ସେପ୍ଟେମ୍ବର–୨ଅକ୍ଟୋବର) ଅବସରରେ ସୁନ୍ଦରଗଡ଼ ଜିଲ୍ଲା କ୍ରୀଡ଼ା ବିଭାଗ ପକ୍ଷରୁ ଆଜି ଏକ ଜିଲ୍ଲାସ୍ତରୀୟ ମାରାଥନ ଦୌଡ଼ ଆୟୋଜିତ ହୋଇଥିଲା। ମାରାଥନଟି ବିକାଶ ଭବନ ପରିସରରୁ ଆରମ୍ଭ ହୋଇ ଲୁହୁରାଢିପା ନୂତନ ବସ୍‌ଷ୍ଟାଣ୍ଡ ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା।ଏହି ମାରାଥନକୁ ଅତିରିକ୍ତ ଜିଲ୍ଲାପାଳ ସୁରଜ ପଟ୍ଟନାୟକ ଓ ଜିଲ୍ଲା କ୍ରୀଡ଼ା ଅଧିକାରୀ ତେଜ କୁମାର ଖେସ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।

ଏହି ମାରାଥନରେ ଭବାନୀପୁର କ୍ରୀଡ଼ା ଛାତ୍ରାବାସ, ସାଇ (SAI) ହୋଷ୍ଟେଲ, ସେଣ୍ଟ ମେରୀ ହାଇସ୍କୁଲ, ବି ଏସ ହାଇସ୍କୁଲ, ସରକାରୀ ମହିଳା ମହାବିଦ୍ୟାଳୟ ଓ ସରକାରୀ ମହାବିଦ୍ୟାଳୟର ଛାତ୍ର-ଛାତ୍ରୀ ସହିତ ମୋଟ ୬୦୦ ଜଣ ଅଂଶ୍ରହଣକାରୀ ଯୋଗଦେଇଥିଲେ । ଏହାସହିତ ସ୍ପୋର୍ଟସ୍ କମ୍ପ୍ଲେକ୍ସ (ଭବାନୀ ଭବନ ଖେଳ ପଡିଆ)ର ସମସ୍ତ କର୍ମଚାରୀ ଓ କୋଚ୍‌ମାନେ, ଏବଂ ଜିଲ୍ଲା କ୍ରୀଡ଼ା ବିଭାଗର ଅଧିକାରୀ ଓ ପ୍ରଶିକ୍ଷକମାନେ ମଧ୍ୟ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ ।

ad-week
Leave A Reply

Your email address will not be published.