ବଣାଇଁ ଥାନା ପକ୍ଷରୁ ଆମ ପୋଲିସ ସମିତି କାର୍ଯ୍ୟକ୍ରମ ଅନୁଷ୍ଠିତ

youtube

ବଣାଇଁ,୨୧/୦୯: ବଣାଇଁଗଡ ସହରସ୍ଥିତ ବାଣେଶ୍ୱର କଲ୍ୟାଣ ମଣ୍ଡପ ଗୃହଠାରେ ବଣାଇଁ ଥାନା ପକ୍ଷରୁ ଆମ ପୋଲିସ ସମିତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ମୁଖ୍ୟତଃ ଜନସାଧାରଣ ଓ ପୋଲିସ ସହିତ ସୁସମ୍ପର୍କ ସ୍ଥାପନ କରିବା ଭଲମନ୍ଦ ଦୁଃଖ ସୁଖରେ ସାମିଲ ହୋଇ ଛିଡା ହେବା ନିଜ ନିଜର ଭିତରେ ଭାଇଚାରା ବଜାଇ ରଖିବା ନିଜନିଜ ଭିତରେ ଜାତି ପ୍ରଥା ନ ଭାବି ଏକ ହୋଇ ରହିବା ତା ଉପରେ ଗୁରୁତ୍ଵାରୋପ ଦିଆଯାଇଥିଲା।ଏହି କାର୍ଯ୍ୟକ୍ରମକୁ ବଣାଇଁ ଥାନା ଅଧିକାରୀ ଜ୍ଞାନେନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ହୋଇଥିବା ବେଳେ ପ୍ରମୁଖ ଉପସ୍ଥିତ ରହି ଥିଲେ।ଏଥିରେ ବିଭିନ୍ନ ଧର୍ମର ଜନସାଧାରଣ, ସମାଜସେବୀ, ବଣାଇଁବାସୀ, ପଞ୍ଚାୟତ ର ସରପଞ୍ଚ ମାନେ,ଦଳର ନେତା ଉପସ୍ଥିତ ରହିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଏସ ଆଇ ହରିହର ନାଏକ,ଏଏସଆଇ ପର୍ଶୁରାମ ମହାନ୍ତ ,ହାବିଲଦାର ଅମୁଲ୍ୟ ପ୍ରସାଦ ସାମଲ,ସଞ୍ଜୟ କୁମାର ସାହୁ ପ୍ରମୁଖ ସହାୟତା କରିଥିଲେ।

Leave A Reply

Your email address will not be published.