ପ୍ରଧାନମନ୍ତ୍ରୀଙ୍କ ୭୫ ତମ ଜନ୍ନ ବାର୍ଷିକ ଉତ୍ସବ, ସେବାପକ୍ଷ ପାଳନରେ ଆୟୋଜିତ ହେଲା ରକ୍ତଦାନ ଶିବିର

ଉତ୍ସାହର ସହିତ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କଲେ ଯୁବବର୍ଗ

ବ୍ରହ୍ମପୁର : ସାରାଦେଶ ପାଳୁଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 75 ତମ ଜନ୍ମ ବାର୍ଷିକ ଉତ୍ସବ। ଏଥିପାଇଁ ବ୍ରହ୍ମପୁରରେ ମଧ୍ୟ ଆୟୋଜିତ ହୋଇଥିଲା ବିଭିନ୍ନ କାର୍ଯ୍ୟକ୍ରମ। . ଏହି ଅବସରରେ ବ୍ରହ୍ମପୁର ବିଧାୟକ କେ. ଅନୀଲ କୁମାରଙ୍କ ନେତୃତ୍ୱରେ ଆୟୋଜିତ ହୋଇଥିଲା ମେଗା ରକ୍ତଦାନ ଶିବିର। ବିଧାୟକ କେ. ଅନିଲ କୁମାର ଏହାକୁ ଶୁଭାରମ୍ଭ କରିବା ସହିତ ଯୁବବର୍ଗ ଏଥିରେ ବହୁ ପରିମାଣରେ ରକ୍ତଦାନ କରିବା ପାଇଁ ଉତ୍ସାହିତ କରିଥିଲେ ।

ଏହି କାର୍ଯ୍ୟକ୍ରମ ମାଧ୍ୟମରେ ରକ୍ତ ଦାନ କରିବା ସହ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଉଛୁ ବୋଲି କହିଛନ୍ତି ବ୍ରହ୍ମପୁର ବିଧାୟକ କେ. ଅନିଲ କୁମାର। ବିଜେପିର ବହୁ କାର୍ଯ୍ୟକର୍ତା ସହିତ ବହୁ ମୋଦୀଭକ୍ତ ଯୋଗଦେଇ ସ୍ବର୍ଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ।

ad-week
Leave A Reply

Your email address will not be published.