
,କାହାପାଇଁ ସର୍ବନାସ ହେଲେ ପୋଲିସ ପାଇଁ କିନ୍ତୁ ପୁଷ ମାସ…!
ବ୍ରହ୍ମପୁର: ଦଶହରା ପାର୍ବଣ ଋତୁ ଆରମ୍ଭ ରୁ ଗାଁ କୋଠର ଉନ୍ନତି ପାଇଁ ବୋଲି ଆଳ ଦେଖାଇ ଗାଁ ଗାଁ ରେ ଜୁଆ ଆଡ୍ଡା ଚାଲିଛି। ଜୁଆଡ଼ିଆ ମାନେ ପ୍ରଶାସନ କୁ ଭୁଆଁ ବୁଲାଇ ଗାଁ ମଣ୍ଡପ ରେ ଜୁଆ ଆଡ୍ଡା ଖୁଲାମ ଖୁଲା ଚଲାଉଥିବା ଦେଖିବାକୁ ମିଳିଛି। ଜୁଆ ଆଡ୍ଡା ସମ୍ପର୍କ ରେ ଅଭିଯୋଗ କଲେ ଆଜ୍ଞା କେଉଁଠି କୋଠଘର ତ କେଉଁଠି ଗାଁ ଉନ୍ନତି ପାଇଁ ବୋଲି ମାଫିଆ ମାନେ ସଫେଇ ଦେଉଛନ୍ତି। ଜୁଆ ଆଡ୍ଡା ଚଲେଇ ଗାଁ କୋଠ ବା ଗ୍ରାମର ଉନ୍ନତି ପାଇଁ ଆଳ କରି ଜୁଆ ଆଡ୍ଡା ଖୁଲାମ ଖୁଲା ଚାଲୁଛି। ଏହି ପାପ ଟଙ୍କାରେ ଗାଁ ର ଉନ୍ନତି କଣ ହେବ ଵୋଲି ସାଧାରଣ ରେ ଆଲୋଚନା ହେଉଛି। ଜୁଆ ଆଡ୍ଡା ଚାଲିବ ଫଳରେ ଗାଁ ରୁ ସହର ପର୍ଯ୍ୟନ୍ତ ଆଇନ ଶୃଙ୍ଖଳା ବିଗିଡ଼ିବାରେ ଲାଗିଛି। ପୋଲିସ ପ୍ରଶାସନ ଏଭଳି ଆଳ ରେ ଚାଲୁଥିବା ଜୁଆ ଆଡ୍ଡା କୁ ପ୍ରଶୟ ନଦେବାକୁ ସଚେତନ ମହଲ ରେ ଦାବୀ ହେଉଛି। କିନ୍ତୁ କିଛି ଯୁଆଡ଼ି ପୋଲିସ କୁ ନେଇ ଜୁଆ ଆଡ୍ଡା ଚଳାଉଥିବା କୁ ନେଇ ମଧ୍ୟ ଅଭିଯୋଗ ହେଉଛି l ଗଞ୍ଜାମ ଜିଲ୍ଲା ରେ କିଛି ଡମୀ ହୋଟେଲ ଏବଂ କିଛି ଭଡା ଘର ନେଇ ଯୁଆଡ଼ି ମାନେ ଜୁଆ ଖେଳାଇ ଲାଭ ବାନ ହୁଅନ୍ତି କିନ୍ତୁ ଏହିଋତୁ ପୋଲିସ ପାଇଁ ପୁଷ ମାସ ବୋଲି ଚର୍ଚ୍ଚା ହେଉଛି l ଜୁଆ ଖେଳ ହେଲେ ପୋଲିସ ର ଲାଭ ଏବଂ ପୋଲିସ ଜୁଆ ଆଡ୍ଡା ରେ ଚଢ଼ାଉ କଲେ ମଧ୍ୟ ଲାଭ କାରଣ ଜୁଆ ଆଡ୍ଡା ରେ ଚଢ଼ାଉ ରେ କେତେ ଟଙ୍କା ଜବତ ହେଲା ତାହାର ହିସାବ କାହା ପାଖରେ ନଥାଏ, ପୋଲିସ କିଛି ଟଙ୍କା କୁ ସୁନ୍ଦର ଭାବରେ ସଜାଇ ଗଣମାଧ୍ୟମ କୁ ସଫାଈ ଦିଏ l ପୋଲିସ ର ଉଚ୍ଚ ପଦସ୍ତ ଅଧିକାରୀ ମାନଙ୍କ ପାଖରେ ସଠିକ ଉତ୍ତର ନଥାଏ, ତେଣୁ ଆରକ୍ଷୀ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ସଚେତନ ନାଗରିକ ତରଫରୁ ଦାବୀ ହେଉଛି l