ଧାରଣାରେ କୋଟପାଡ଼ ଜି.ପି.ଏଲ.ଏଫ. କର୍ମଚାରୀ

add-all

କୋଟପାଡ଼ : ଆଜିଠୁ ରାଜ୍ୟ ସଂଘର ଡାକରାରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଜି. ପି.ଏଲ.ଏଫ.କର୍ମଚାରୀ ଧାରଣାରେ ବସିଲେ l ସେମାନଙ୍କ ପୁରୁଣା ଦାବିକୁ ନେଇ ବାରମ୍ବାର ବିଭାଗୀୟ ମନ୍ତ୍ରୀ,ଜ଼ିଲ୍ଲାପାଳଙ୍କୁ ଦୀର୍ଘ ସମୟରୁ ଦାବୀ ଉପସ୍ଥାପନା କରୁ ଥିଲେହେଁ,ସେମାନଙ୍କ ଦାବୀ ପୁରଣ ହୋଇପାରିନି, ଯାହାକୁ ନେଇ ବର୍ତମାନ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି କୋଟପାଡ଼ ବ୍ଲକର ସତର ଗୋଟି ପଞ୍ଚାୟତର ଦୁଇଶହ ଛୟାନବେ କର୍ମଚାରି l
ପ୍ରକାଶ ଥାଉକି, ପୂର୍ବରୁ ଏମାନେ ସ୍ଥାୟୀ ଭାବେ ମାସିକ ଦରମା ପାଉଥିଲେ, କିନ୍ତୁ ଚଳିତ ବର୍ଷ ଏପ୍ରିଲ ମାସରୁ ସ୍ଥାୟୀ ଦରମା ପରିଵର୍ତ୍ତେ ପ୍ରୋତ୍ସାହନଭିତ୍ତିକ ଦରମା ସରକାର ଲାଗୁ କରିଛନ୍ତି l ଏଥିସହ ସି.ଆର.ପି.ଏଫ.ମାନଙ୍କ ସ୍ଥାୟୀତ୍ବକୁ ନେଇ ମଧ୍ୟ ଦାବୀ କରି ଆସୁଛନ୍ତି l ଯାହାକୁ ପୁରଣ କରିବାରେ ସରକାର ଅସଫଳ ରହିଛନ୍ତି l
ଧାରଣାରେ ବ୍ଲକ ସଂଘ ସଭାପତି ଜାନକି ପଟନାୟକଙ୍କ ସମେତ ବ୍ଲକ ସଚିବ ତନୁ ରାଉତ, ରଂଜିତା ନାୟକ, କୋମଲ କୁମାରୀ, ଦେବକୀ ଚାଲାଣ, ପଦ୍ମl ଭତ୍ରା, ନମିତା ନାୟକ, ସୁବର୍ଣ ନାୟକ, ବିମଳା ସମରଥଙ୍କ ଏବଂ ବ୍ଲକର ସମସ୍ତେ ଜି. ପି.ଏଲ.ଏଫ. କର୍ମଚାରୀ ଉପସ୍ଥିତ ରହିଛନ୍ତି l

ad-week
Leave A Reply

Your email address will not be published.