ମିନି ଶିବକାଶୀ ନଳବଣ୍ଟା ଗ୍ରାମରେ ଆସିକା ପୋଲିସ ପକ୍ଷରୁ ଚଢ଼ାଉ ବିପୁଳ ପରିମାଣର ବାଣ ଜବତ…

add-all


ଢ଼ୋ ଢ଼ା ପୂର୍ବରୁ ପୋଲିସ ପକ୍ଷରୁ ଚଢ଼ାଉ…….
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ମିନି ଶିବକାଶୀ ରୂପେ ପରିଚିତ ନଳବଣ୍ଟା ଗ୍ରାମ। ବର୍ଷ ତମାମ୍ ଏଠାରେ ଦେଶୀ ବାଣ ପ୍ରସ୍ତୁତ ହୁଏ। ନଳବଣ୍ଟା ଗ୍ରାମର ବାଣର ଚାହିଦା ଜିଲ୍ଲା ସମେତ ଜିଲ୍ଲା ବାହାରେ ବି ରହିଛି। ଗାଁ ର ଅଧିକାଂଶ ପରିବାର ର ପିଲାରୁ ବୁଢ଼ା ସମସ୍ତେ ବିଭିନ୍ନ କିସମର ବାଣ ପ୍ରସ୍ତୁତ କରିବାରେ ସିଦ୍ଧ ହସ୍ତ। ପୂର୍ବରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବାଣ ପ୍ରସ୍ତୁତ ପାଇଁ ଲାଇସେନ୍ସ ଦିଆଯାଉଥିଲା। କିଛି ବର୍ଷ ହେଲା ଅଘଟନ ଓ ଧନ ଜୀବନ ନଷ୍ଟ ହେବା ଯୋଗୁଁ ଆଉ ଲାଇସେନ୍ସ ଦିଆଯାଉନାହିଁ। ଜୀବନକୁ ବାଜୀ ଲଗାଇ ଦୀପାବଳୀ ପୂର୍ବରୁ ବହୁ ପରିମାଣରେ ବାଣ ପ୍ରସ୍ତୁତ ହୁଏ। ଦଶହରା ପୂର୍ବରୁ ଆସିକା ପୋଲିସ ପକ୍ଷରୁ ବେଆଇନ ବାଣ ପ୍ରସ୍ତୁତ ବେଳେ ନଳବଣ୍ଟା ଗ୍ରାମରୁ ବିପୁଳ ପରିମାଣର ବାଣ ଜବତ ସହ ବେଆଇନ ବାଣ ପ୍ରସ୍ତୁତ କର୍ତ୍ତା ମାନଙ୍କୁ ଗିରଫ

କରାଯାଇଥିଲା। ଆଜି ଆସିକା ଥାନା ଅଧିକାରୀ କୁଳମଣୀ ସେଠୀଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ପୋଲିସ ବାହିନୀ ଏହି ଚଢ଼ାଉରେ ସାମିଲ ହୋଇଥିଲେ। ଲକ୍ଷାଧିକ ଟଙ୍କା ର ବାଣ ଜବତ ହେବା ସହ ତିନି ଜଣଙ୍କୁ ପୋଲିସ ଅଟକ ରଖିଛି।

ad-week
Leave A Reply

Your email address will not be published.