କାର୍ତ୍ତିକ ରେ ପରିବା ସାମଗ୍ରୀ ର ଦର ନିୟନ୍ତ୍ରଣ ବାହାରେ…!

youtube


ବ୍ରହ୍ମପୁର: କାର୍ତ୍ତିକ ମାସର ଦ୍ୱାହି ଦେଇ ବ୍ୟବସାୟୀ ମାନେ ନିଜ ମର୍ଜୀ ରେ ଦରଦାମ ବୃଦ୍ଧି କରିଛନ୍ତି। ଆସିକା ତଥା ଏହାର ଆଖ ପାଖ ଅଞ୍ଚଳରେ ବିଭିନ୍ନ କିସମର ପରିବା ଚାଷ ହୁଏ। ଗାଁ ଗାଁ ରେ ସମସ୍ତ ପ୍ରକାର ଚାଷ ହେବା ଫଳରେ ଆସିକା ଅଞ୍ଚଳରେ ସତେଜ ପରିବା ମିଳିବା ସାଙ୍ଗକୁ ଦରଦାମ ଅନ୍ୟ ବ୍ଲକ ଠାରୁ ସ୍ୱଳ୍ପ ଦରରେ ମିଳେ। ସ୍ୱଳ୍ପ ଦରରେ ପରିବା ମିଳିବା ଯୋଗୁଁ ଆସିକା ଅଞ୍ଚଳ ରେ ମାଳ ମାଳ ପରିବା ଦୋକାନ ରହିଛି। ଆସିକା ଅଞ୍ଚଳ ରେ ସତେଜ ପରିବା ଓ ସ୍ୱଳ୍ପ ଦରରେ ପୂର୍ବରୁ ମିଳୁଥିଲା। ବର୍ତ୍ତମାନ କିଛି ମାସ ହେଲା ଆସିକା ଅଞ୍ଚଳ ରେ ପରିବା ଦର ଲଗାମ ଛଡ଼ା ହୋଇଯାଇଛି। କୌଣସି ପରିବା ୬୦ ଟଙ୍କାରୁ ସ୍ୱଳ୍ପ ଦରରେ ମିଳୁନାହିଁ। ଏବେ କାର୍ତ୍ତିକ ମାସ ଥିବାର ସୁଯୋଗ ନେଇ ପନି ପରିବା ଦର ଦୋକାନୀ ମାନଙ୍କ ମୁହଁରୁ ଯାହା ବାହାରିଲା ତାହା ଦେବାକୁ ପଡୁଛି। ପନି ପରିବା ଦରଦାମ ବୃଦ୍ଧି ୟେତ ଗଲା କାର୍ତ୍ତିକ ମାସର ଆଳ ଯୋଗୁଁ ବୃଦ୍ଧି ହୋଇଛି। ଡ଼ବଲ ଇଞ୍ଜିନ ଆସିଲା ପରେ ସାଧାରଣ ଜନତାଙ୍କ ପକେଟ ଖର୍ଚ୍ଚ ଡ଼ବଲ ହୋଇଯାଇଛି। ଆସିକା ଅଞ୍ଚଳରେ ତେଲ, ଅଟା, ମସଲା, ଦର କିଏ କେତେ ଦରରେ ବିକ୍ରି କରୁଛନ୍ତି। କୌଣସି ବ୍ୟବସାୟୀ ମାନଙ୍କ ମଧ୍ୟରେ ଦରରେ ତାଳ ମେଳ ରହୁନାହିଁ। ଅପମିଶ୍ରଣ ସାମଗ୍ରୀ ସାଙ୍ଗକୁ ଚଢ଼ା ଦରରେ ପ୍ରତେକ ସାମଗ୍ରୀ ବିକ୍ରି ହେଉଥିଲେ ବି ପ୍ରଶାସନ ପକ୍ଷରୁ ଦୀର୍ଘ ବର୍ଷ ହେଲା କୌଣସି ବ୍ୟବସାୟ ପ୍ରତିଷ୍ଠାନ ଉପରେ ଚଢ଼ାଉ ହେବାର ନଜିର ନାହିଁ। ୟେ ତ ଗଲା ଦରଦାମ ବୃଦ୍ଧି ଏହା ପରେ ଓଜନ ରେ ଆମିଷ ବଜାର ଠାରୁ ତେଜରାତି ଦୋକାନ ଓ ପନି ପରିବା ଦୋକାନ ଗୁଡିକରେ ବି ଠକେଇ ହେଉଥିବା ଅଭିଯୋଗ ହେଲେ ଗୁହାରି ଶୁଣିବାକୁ କିଏ ନାହିଁ।

Leave A Reply

Your email address will not be published.