କୁଡୁମୁଳୁଗୁମ୍ମା ନୋଡାଲ ଉଚ୍ଚ ବିଦ୍ୟାଳୟରେ ଆରମ୍ଭ ହେଲା ଛାତ୍ର-ପୋଲିସ କ୍ୟାଡେଟ କାର୍ଯ୍ୟକ୍ରମ

୫୦ ଜଣ ଛାତ୍ରଛାତ୍ରୀ ନେବେ ପ୍ରଶିକ୍ଷଣ

ମାଲକାନଗିରି ୨୫/୧୦ : ମାଲକାନଗିରି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିନୋଦ ପାଟିଲ (ହେଚ୍‌) ଙ୍କ ନିର୍ଦ୍ଦେଶକ୍ରମେ ଓର୍କେଲ ଥାନା ଅଧିନସ୍ଥ କୁଡୁମୁଳୁଗୁମ୍ମା ନୋଡାଲ ଉଚ୍ଚ ବିଦ୍ୟାଳୟ ରେ ପୋଲିସ–ସ୍ଟୁଡେଣ୍ଟ କ୍ୟାଡେଟ (SPC) କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ବବିତା ସାହୁ ଅଧ୍ୟକ୍ଷତା କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ ଓର୍କେଲ ଥାନା ଅଧିକାରୀ ଧିରେନ ପଟ୍ଟନାୟକ, ଯେଉଁଠାରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ଏଏସଆଇ ସଂଜିତ ଟାକ୍ରୀ, ଏଏସଆଇ କୃଷ୍ଣଚନ୍ଦ୍ର ହିଆଲ ଏବଂ ହାବିଲଦାର ପ୍ରଶାନ୍ତ କୁମାର ଖୋସଲା।
ଏଥିରେ ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟତ୍ରୀ ଏବଂ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

ଏହି ସ୍ଟୁଡେଣ୍ଟ-ପୋଲିସ କ୍ୟାଡେଟ ଗ୍ରୁପରେ ବିଦ୍ୟାଳୟର ୫୦ ଜଣ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି। ପୋଲିସ ପ୍ରଶାସନ ପକ୍ଷରୁ ସେମାନଙ୍କୁ ଶୃଙ୍ଖଳା, ପୋଲିସ କାର୍ଯ୍ୟପ୍ରଣାଳୀ, ପରେଡ, ଡ୍ରିଲ, ଟ୍ରାଫିକ ନିୟନ୍ତ୍ରଣ ସହିତ ନିଜେନିଜେ ସଂଘଟିତ ହେବା ପାଇଁ ଅନେକ ପ୍ରଶିକ୍ଷଣ ଦିଆଯିବ। ସେମାନଙ୍କୁ ଥାନା, କାରାଗାର, ଓ ଅନ୍ୟାନ୍ୟ ସରକାରୀ ଅଫିସ ଭ୍ରମଣ କରାଯାଇ ଏହି ବିଭାଗ ସମ୍ପର୍କରେ ଅବଗତ କରାଯିବ। ଅତିଥିମାନଙ୍କ ହସ୍ତରେ ପିଲାମାନଙ୍କୁ SPC ଲୋଗୋ ଥିବା ଟି-ଶର୍ଟ, ଖାତା ଓ କମ୍ପାସ ବକ୍ସ ବଣ୍ଟନ କରାଯାଇଥିଲା।
ଥାନା ଅଧିକାରୀ ଶ୍ରୀ ପଟ୍ଟନାୟକ ଜଣାଇଥିଲେ ଯେ, ଏହି କାର୍ଯ୍ୟକ୍ରମକୁ ସୁଚାରୁ ଭାବରେ ଚାଳନା ପାଇଁ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ବିଦ୍ୟାଳୟକୁ ୫୦ ହଜାର ଟଙ୍କାର ବିଶେଷ ଅନୁଦାନ ଦିଆଯାଇଛି। ସେ ଆଶା ବ୍ୟକ୍ତ କରିଥିଲେ ଯେ, ଏହି ପ୍ରଶିକ୍ଷଣ ମାଧ୍ୟମରେ ଛାତ୍ରଛାତ୍ରୀମାନେ ଶୃଙ୍ଖଳିତ, ଜିମ୍ମେଦାର ନାଗରିକ ଭାବେ ଗଢ଼ିଉଠି, ଭବିଷ୍ୟତରେ ଏକ ଭଲ ପୋଲିସ ଅଧିକାରୀ କିମ୍ବା ଅନ୍ୟ ବିଭାଗର ଉଚ୍ଚ ଅଧିକାରୀ ଭାବେ ସମାଜ ସେବାରେ ନିଯୁକ୍ତ ହେବେ।

ad-week
Leave A Reply

Your email address will not be published.