୨ ନାବାଳିକା ଅପହରଣକୁ ନେଇ ଯୁବକକୁ ମରଣାନ୍ତକ ଆକ୍ରମଣ ଘଟଣା, ୯ ଜଣ ଗିରଫ ହୋଇ କୋର୍ଟ ଚାଲାଣ…

youtube

କାଲିମେଳା,୨୬|୧୦ ଦୁଇ ଜଣ ନାବାଳିକା ଅପହରଣକୁ ନେଇ ଗ୍ରାମବାସୀ ଅଭିଯୁକ୍ତକୁ ମରଣାନ୍ତକ ଆକ୍ରମଣ କରିବା ଘଟଣାରେ ୯ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କାଲିମେଳା ପୋଲିସ୍ । ସୂଚନା ମୁତାବକ ଗତ ୧ ତାରିଖରେ ଏମପିଭି-୩୩ ଗାଁର ବିକ୍ରମ ରାୟ (୨୪) ଓ ବିକ୍ରମ ହାଲଦାର (୨୨) ପଟେରୁ ଫାଣ୍ଡି ବଦଲି ପଞ୍ଚାୟତର ଏକ ଗାଁର ୨ ଜଣ ନାବାଳିକାଙ୍କୁ ଫୋନ୍‌ରେ ଯୋଗାଯୋଗ କରି ଗାଁରୁ କେଉଁଆଡକୁ ନେଇଯାଇଥିଲେ । ପରେ ଝିଅ ଓ ପୁଅମାନେ ନିଖୋଜ ହୋଇ ଯାଇଥିବା ସମ୍ପର୍କରେ ଉଭୟ ଗାଁର ପରିବାର ଲୋକେ ଖବର ପାଇ ଖୋଜାଖୋଜି କରିଥିଲେ । ତେବେ ପୁଅଙ୍କ ପରିବାର ସନ୍ଧାନ ପାଇ ପଡୋଶୀ ଛତିଶଗଡର ଜଗଦାଲପୁରରୁ ଏକ ଗାଡିରେ ସମସ୍ତଙ୍କୁ ଗାଁକୁ ନେଇ ଆସିଥିଲେ । ଏହାପରେ ଗତ ୪ ତାରିଖରେ ଏହି ଘଟଣାର ସମାଧାନ ପାଇଁ ଉଭୟ ଗାଁର ଲୋକେ ଏକ ବୈଠକ ଆୟୋଜନ କରିଥିଲେ । ଝିଅ ଗାଁର ୩୦ ଜଣ ଏମପିଭି-୩୩ ଗାଁରେ ପହଞ୍ଚି ଅପରହଣ କରିଥିବା ୨ ଯୁବକକୁ ବୈଠକକୁ ଡାକିବାକୁ କହିଥିଲେ । ତେବେ ଉଭୟ ଯୁବକ ବୈଠକକୁ ଆସିବା ପରେ ଝିଅ ଗାଁର ଲୋକେ ସେମାନଙ୍କୁ ନିସ୍ତୁକ ମାଡ ମାରିଥିଲେ । ଗ୍ରାମବାସୀଙ୍କ ମାଡରେ ବିକ୍ରମ ହାଲଦାର ଗୁରୁତର ହୋଇପଡ଼ିଥିଲେ । ଘଟଣା ସମ୍ପର୍କରେ ଅବଗତ ହେବା ପରେ ପୁଲିସ ପହଞ୍ଚି ଗୁରୁତର ଯୁବକଙ୍କୁ ଉଦ୍ଧାର କରି ପ୍ରଥମେ ଏମଭି-୫୫ ସ୍ବାସ୍ଥ୍ୟକେନ୍ଦ୍ର ପରେ ମାଲକାନଗିରି, କୋରାପୁଟ, ବ୍ରହ୍ମପୁର ଓ ଶେଷରେ ବିଶାଖାପାଟଣା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି । ଯୁବକଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କ ମା’ ଥାନାରେ ଏତଲା ଦେଇଥିଲେ ।ଏତଲାକୁ ଭିତ୍ତିକରି କାଲିମେଳା ପୋଲିସ୍ ପ୍ରଥମେ ୭ ଜଣ ଏବଂ ବର୍ତ୍ତମାନ ପୁଣି ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ମୁକୁନ୍ଦ ମେଲକା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.