
ଉମରକୋଟ : ନବରଙ୍ଗପୁର ଜ଼ିଲ୍ଲାର ଉମରକୋଟ ବ୍ଲକ ଅଧୀନସ୍ଥ ବେହେଡା ପଞ୍ଚାୟତ ସଦର ମହକୁମାରେ ସରକାରୀ ନୀତିକୁ ଅଣଦେଖା କରି ବିଦ୍ୟାଳୟ ପରିସର ନିକଟରେ ବିଦେଶୀ ମଦ ଦୋକାନ ସଂଚାଳନ ହେଉଥିବା ଅଭିଯୋଗ ଦାଖଲ ହୋଇଛି। ଶିକ୍ଷା ପ୍ରତିଷ୍ଠାନ, ଧର୍ମୀୟ ସ୍ଥାନ ଓ ସାର୍ବଜନୀନ ସଂସ୍ଥାରୁ ୧୦୦ ମିଟରରୁ କମ୍ ଦୂରତାରେ ମଦ ବିକ୍ରୟ କରିବା ନିଷିଧ୍ୟ ଥିବା ସତ୍ତ୍ୱେ ସରକାରୀ ନୀତିର ଉଲ୍ଲଘନ କରି ମଦ ଦୋକାନ ହେଇଛି। ସରକାରୀ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟ ବର୍ତ୍ତମାନ ଚାଲୁ ରହିଛି। ସମ୍ପ୍ରତି ଏଠାରେ ଉଚ୍ଚମାଧ୍ୟମିକ ମହାବିଦ୍ୟାଳୟ ମଧ୍ୟ ସ୍ଥାପିତ ହୋଇଥିବାରୁ, ଅଞ୍ଚଳରେ ଛାତ୍ରଛାତ୍ରୀଙ୍କ ଆଗମନ ଓ ଯାତାୟାତ ବଢ଼ିଛି। ଏହି ଚାରିଟି ଶିକ୍ଷା ପ୍ରତିଷ୍ଠାନରେ ମିଶି ପ୍ରାୟ ହଜାରରୁ ଅଧିକ ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରୁଛନ୍ତି। ବିଦ୍ୟାଳୟରୁ ମାତ୍ର ୫/୧୦ ମିଟର, ଏବଂ ମାଧ୍ୟମିକ ବିଦ୍ୟାଳୟରୁ ପ୍ରାୟ ୧୫୦ ମିଟର ଦୂରତାରେ ଏକ ବିଦେଶୀ ମଦ ଦୋକାନ ସଂଚାଳିତ ହେଉଛି। ଡ଼ବଲ ଇଞ୍ଜିନ ସରକାର ସମୟରେ ଦେଶୀ ବିଦେଶୀ ମଦ ଦୋକାନ ପ୍ରତେକ ସାହି, ବସ୍ତି, ପଞ୍ଚାୟତରେ ବହୁ ମାତ୍ରାରେ କିଛି ସ୍ଥାନରେ ଖୋଲା ଯାଇଛି, ଓ ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି। ସରକାରଙ୍କ ସମସ୍ତ ଗାଇଡ଼ ଲାଇନକୁ ଫୁ କରି ମଦ ମାଫିଆ ମାନେ ଯେଉଁଠି ଚାହିଁବେ ସେଠାରେ ମଦ ଦୋକାନ ଖୋଲୁଥିବା ଯୋଗୁଁ ଗାଁ ଗାଁ ରେ ଅସନ୍ତୋଷ ର ବାତାବରଣ ବଢ଼ିବା ସାଙ୍ଗକୁ ଆଇନ ଶୃଙ୍ଖଳା ବିଗିଡ଼ିବା ରେ ଲାଗିଛି।