ନୂଆପଡା ହତ୍ୟାକାଣ୍ଡର ପର୍ଦ୍ଦାଫାଶ କଲା କେ.ନୂଆଗାଁ ପୋଲିସ

add-all

ଚିକିଟୀ : ଏହି ବ୍ଲକ କେ.ନୂଆଗାଁ ଥାନା ଅଧିନସ୍ତ ନୂଆପଡା ଗ୍ରାମରେ ଗତ ୧୨.୧୦.୨୦୨୫ ତାରିଖରେ ନାରାୟଣ ପ୍ରଧାନ ନାମକ ବ୍ୟକ୍ତିକୁ ହତ୍ୟା କରିଥିବା ବ୍ୟକ୍ତି କୁ ଏବେ ପୋଲିସ ଗିରଫ କରିଛି l ମିଳିଥିବା ସୂଚନା ପ୍ରକାରେ ଗତ ଦିନରେ ନାରାୟଣ ପ୍ରଧାନ ଚାରିଆପଡ଼l ଗ୍ରାମର ଜଣକ ଘରକୁ ଯାଇ ଗୋଟିଏ ଝିଅକୁ ଅସଦାଚରଣ ବ୍ୟବହାର କରିଥିବା ବେଳେ ଉକ୍ତ ଝିଅ ପିଲାର ମାମୁ ମାନେ ଆସି ମୃତକ କୁ ଉତ୍ତମ ମାଧ୍ୟମ କରିଥିବା ବେଳେ ତା ପରଦିନ ମାଡ ଖାଇଥିବା ମୃତକ ସାହି ଭିତରେ ଅମାନୁଷିକ ଭାବରେ ଗାଳି କରିବାର ଦେଖି ଅତିଷ୍ଟ ହୋଇ ମଉକା ଖୋଜୁଥିଲେ। ଦିନେ ନାରାୟଣ ପ୍ରଧାନ ବାହୁଦା ନଦୀକୁ ଗାଧୋଇବାକୁ ଯାଇ ସେଠାରେ ଫୁଲ ତୋଳୁଥିବା ସମୟରେ ଶଙ୍କର ବେହେରା ଓ ତାଙ୍କ ସହଯୋଗୀ ମାନେ ଯୋଜନା ବଧ ଭାବରେ ଯାଇ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ l ଆକ୍ରମଣ କାରି ମାନେ ଅତି ନିଷ୍ଟୁର ଭାବରେ ନାରାୟଣ ପ୍ରଧାନ ଙ୍କ ଛାତି ଓ ଅନ୍ୟାନ୍ୟ ଅଙ୍ଗକୁ ହାଣି ପକାଇ ଦେଇଥିଲେ ଯେ ଶେଷରେ ଗୋଟିଏ ହାତ ଛାତି ପାଖରୁ ହାଣି ହୋଇ ୧୨୪ ମିଟର ଦୂରକୁ ଫୋପାଡି ଦେଇଥିଲେ l ପ୍ରାୟ ଏକ ମାସ ପରେ ପୋଲିସ ଆଜି ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏତେ ବଡ଼ ଘଟଣା ଘଟିବା ପରେ ଯଦି ପୋଲିସ ଏକ ମାସ ପରେ ଜଣେ ଅଭିଯୁକ୍ତ କୁ ଧରିବାରେ ସକ୍ଷମ ତେବେ ଅନ୍ୟମାନେ ଆଉ କେବେ ଧରା ପଡିବେ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରୁଛି l

ad-week
Leave A Reply

Your email address will not be published.