କେନ୍ଦୁପଦର ବେଆଇନ ବାଲି ଘାଟରୁ ପୁଣି ଚୋରା ବାଲି ଚାଲାଣ : ମାଇନିଙ୍ଗ ଏବଂ ବ୍ରହ୍ମପୁର ସଦର ପୋଲିସ କଲା ଚୋରା ବାଲି ଗାଡି ଜବତ…

ସିଂଘ ଧରୁଛି ପୋଲିସ କ୍ଷୀର ପିଉଛି ଖଣି ବିଭାଗ…!

youtube

ଧରିବା ପୁଣି ବଟି ନେଇ ଛାଡିବା ଖଣି ବିଭାଗ ର ନିତିଦିନିଆ କାମ

ତୁଚ୍ଛରେ ଏଠାରେ ଏଣ୍ଡୁଅ ବଦନାମ ହେଉଛି..
ବ୍ରହ୍ମପୁର: ଆସିକା କେନ୍ଦୁପଦର ବେଆଇନ ବାଲି ଘାଟରୁ ଶୁକ୍ରବାର ଦିନ ଖଣି ବିଭାଗ ୭ଟି ହାଇୱା ୨ଟି ଜେସିବିକୁ ଧରି ଆସିକା ପୋଲିସ କୁ ହସ୍ତାନ୍ତର କରିଥିଲା। ଖଣି ବିଭାଗ ପକ୍ଷରୁ ସକାଳେ ଜବତ ହୋଇଥିବା ଗାଡିକୁ ସନ୍ଧ୍ୟା ରେ ଛାଡିବା ପାଇଁ ପୋଲିସ କୁ ମାଇନିଙ୍ଗ ବିଭାଗ ନିର୍ଦ୍ଧେଶ ଦେଇଥିଲା ଯାହାକୁ ନେଇ ଖଣି ବିଭାଗ ର କାରନାମା ଏବେ ହାଟରୁ ଆସି ଦାଣ୍ଡରେ ଗଡ଼ିଲାଣି l ସୂଚନା ଥାଉକି ଆସିକା ଅଞ୍ଚଳ ରେ ଖଣିବିଭାଗ ଦ୍ଵାରା ଜବତ ହୋଇଥିବା ବେଆଇନ ବାଲି ଗାଡ଼ି ଜବତ ବେଳେ କାଗଜ ପତ୍ର ଯାଞ୍ଜ କରାଯାଇନଥିଲା ସନ୍ଧ୍ୟାରେ ବେଳେ କାଗଜ ପତ୍ର ଠିକା ଠାକ ଥିବା ଦର୍ଶାଇ ଛଡ଼ା ଯାଇଥିଲା। ମାଇନିଙ୍ଗ ବିଭାଗ ପକ୍ଷରୁ ସଫେଇ ଦେଇ କୁହାଗଲା କେନ୍ଦୁପଦର ଘାଟ ପାଖରେ ହାଇୱା ଗାଡ଼ି ଗୁଡାକ ପାର୍କିଙ୍ଗ କରି ରେଷ୍ଟ ନେଇଥିଲେ । ତେବେ କଥା ଉଠୁଛି ଉକ୍ତ ଘାଟକୁ ଲିଜ ଦେଇଛି କିଏ..? ତହସିଲଦାର ନା ଖଣି ବିଭାଗ..? ଏହାର ଉତ୍ତର ବାବୁ ମାନଙ୍କ ପାଖରେ ନାହିଁ l ଶୁଣିବାକୁ ମିଳୁଛି ଖଣି ବିଭାଗ ମର୍ଜିରେ ଗଞ୍ଜାମ ଜିଲ୍ଲା ରେ ଚୋରା ବାଲି ଚାଲାଣ ହେଉଥିବା ଏବେ ଚର୍ଚ୍ଚା ହେଲାଣି। ସରକାର ଚୋରା ବାଲି ଚାଲାଣ କୁ ରୋକିବା ପାଇଁ ଏକ କମିଟି ଗଠନ କଲେ ଏଥିରେ ଖଣି ବିଭାଗ, ପୋଲିସ ବିଭାଗ, ଜଙ୍ଗଲ ବିଭାଗ ଏବଂ ତହସିଲ ସାମିଲ କିନ୍ତୁ ଖଣି ବିଭାଗ ହିଁ ଏଥିରେ ମୁଖ୍ୟ କହିଲେ କିଛିବି ଭୁଲ ହେବ ନାହିଁ l ଜିଲ୍ଲାର ଖଣିବିଭାଗ ଖୋଦ ଖଣି ମନ୍ତ୍ରୀଙ୍କ ଏଜେଣ୍ଟ ପରି କାମ କରୁଛନ୍ତି l ସୂଚନା ଥାଉକି ବେଆଇନ କେନ୍ଦୁପଦର ବାଲି ଘାଟରୁ ଆଜି ଭୋରରେ ବାଲି ଚାଲାଣ ବେଳେ ବ୍ରହ୍ମପୁର ସଦର ଥାନା ପୋଲିସ ପକ୍ଷରୁ ହାଇୱା ଚୋରା ବାଲି ଗାଡ଼ି ଜବତ କରାଯାଇଛି। ଏଥିରୁ ସ୍ପଷ୍ଟ ବାରି ହେଉଛି ମାଇନିଙ୍ଗ ବିଭାଗ କେତେ ଦୂର ସତ କହୁଛି। ଜଦି ଉକ୍ତ ବାଲି ଘାଟ ବେନାମୀ ତେବେ ଖଣି ବିଭାଗ କି ପ୍ରକାର ପଦକ୍ଷେପ ନେଇଛି ତାହାବି ତଦନ୍ତ ହେବା ନିହାତି ଜରୁରୀ ବୋଲି ବୁଦ୍ଧିଜୀବୀ ତଥା ସାଧାରଣ ରେ ଦାବୀ ହେଉଛି l ସୂଚନା ଥାଉକି ସକାଳେ ଜବତ ବେଆଇନ ଚୋରା ବାଲି ର କାଗଜ ପତ୍ର ଠିକ ନାହିଁ ଏବଂ ବିନା ଟି ପି ରେ ଚାଲାଣ ହେଉଥିବା ବେଳେ କିଛି ଘଣ୍ଟା ପରେ ସବୁ କାଗଜ ପତ୍ର ଠିକ ଠାକ ଥିବାକୁ ନେଇ କ୍ଲିନ ଚିଟ ମିଳିବ । ପୋଲିସ ଜିମାରେ ନେଇଥିବା ଗାଡ଼ି ଛାଡିବା କୁ ବାଧ୍ୟ ହୋଇ ଜଳକା ସାଜିବ। ଏଠାରେ ପୋଲିସ ଜଗୁଆଳି କାମ ହିଁ କରୁଛି l ଚୋରା ବାଲି ବ୍ୟବସାୟରେ ସ୍ଥାନୀୟ ନେତାଙ୍କ ସହଯୋଗ ରହୁଥିବା ଯୋଗୁଁ ବାବୁ ମାନେ ଗାଡ଼ି ଧରି ଛାଡିବା ସାର ହେଉଥିବା ଆଲୋଚନା ହେଉଛି।ବାବୁ, ନେତା, ମାଫିଆ ମାନେ ସବୁ ଫିକ୍ସିଙ୍ଗ ରେ ସାମିଲ ହେଉଥିବା ନେଇ ଚର୍ଚ୍ଚା ଧରିବା ଛାଡିବା ନୀତି ଦିନିଆ ଘଟଣା ହେଲାଣି। ତେଣୁ କଥାରେ ଅଛି ସିଂଘ ଧରୁଛି ଜଣେ କ୍ଷୀର ପିଉଛି ଆଉ ଜଣେ l ଜବତ ଗାଡି ଛାଡିବା ପରେ ପୋଲିସ ଦୁନିଆଁ ଆଖିରେ ବଦନାମ ହେବା ସାର l ଲୋକେ ଭାବନ୍ତି ପୋଲିସ ପଇସା ନେଇ ଗାଡି ଛାଡି ଦେଲା କିନ୍ତୁ ଏଠାରେ କଥା ଅଲଗା ପ୍ରକୃତ ଖେଳ କରୁଛି ମାଇନିଙ୍ଗ ଵାଲା l

Leave A Reply

Your email address will not be published.