ଗଞ୍ଜାମ ଜିଲ୍ଲା ମଞ୍ଚକଳାକାର ସମ୍ମିଳନୀ ତରଫରୁ ଆଲୋଚନା ଚକ୍ର ଅନୁଷ୍ଠିତ

add-all

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ମଞ୍ଚକଳାକାର ସମ୍ମିଳନୀ ତରଫରୁ ଆୟୋଜିତ ନବମ ରାଜ୍ୟସ୍ତରୀୟ ତଥା ୩୫ ତମ ଦକ୍ଷିଣ ଓଡ଼ିଶା ନାଟକ ମହୋତ୍ସବର ଅନ୍ତିମ ଦିବସରେ ଏକ ଆଲୋଚନା ଚକ୍ର ଯୁଗ୍ମ ସାଧାରଣ ସମ୍ପାଦକ ଡ. ବିଜୟ ଚନ୍ଦ୍ର ମହାରଣାଙ୍କ ସଭାପତିତ୍ବରେ ଆଲୋଚକ ଭାବରେ ଓଡ଼ିଶାର ବିଶିଷ୍ଠ ନାଟ୍ୟ ନିର୍ଦ୍ଦେଶକ ମୁକୁନ୍ଦ ଶତପଥି, ଡ. ନରେନ୍ଦ୍ର ମିଶ୍ର, ବିପିନ୍ ମହାପାତ୍ର, ପ୍ରଦୀପ ବିଶ୍ଵାଳ, ହୃଷୀକେଶ ମହାପାତ୍ର, ଚିତ୍ତରଞ୍ଜନ ଶତପଥି, ରାଜୁ ପାଢ଼ୀ, ସ୍ଵପ୍ନେଶ୍ୱର ପ୍ରଧାନ, ଏନ୍. ରାମ ବାବୁ, ରାମଚନ୍ଦ୍ର ସାସମଲ, କେ. କୃଷ୍ଣ ମୂର୍ତ୍ତି, ସୁବାଷ ଚନ୍ଦ୍ର ସାହୁ, ଶଙ୍କର୍ଷଣ ସାବତ, ଅନୁଷ୍ଠାନର ସାଧାରଣ ସମ୍ପାଦକ ରମେଶ ମହାରଣା ପ୍ରମୁଖ “ନାଟ୍ୟ ଚେତନା ରୁପାୟନରେ ନିର୍ଦ୍ଦେଶକଙ୍କ ଭୂମିକା” ଶୀର୍ଷକ ଆଲୋଚନା ଚକ୍ରରେ ନିଜ ନିଜର ବକ୍ତବ୍ୟରେ ମଞ୍ଚ ନାଟକକୁ ସଫଳ କରିବା ଦିଗରେ ନିର୍ଦ୍ଦେଶକ ଜଣକ ପ୍ରଥମେ ଜଣେ ଦର୍ଶକ ତଥା ଜଣେ ସଫଳ କଳାକାର ହୋଇପାରିଲେ ନିର୍ଦ୍ଦେଶନା କ୍ଷେତ୍ରରେ ଶୀର୍ଷ ସ୍ଥାନରେ ପହଞ୍ଚି ପାରିବ । ଆଜିବି ମଞ୍ଚ ନାଟକ ବଞ୍ଚିଛି, ଆଗାମୀ ଦିନରେ ବଞ୍ଚିରହିବ ବୋଲି ଆଲୋଚକ ମାନେ ମତ ପୋଷଣ କରିଥିଲେ । ଏହି ଆଲୋଚନା ଚକ୍ରକୁ ବିଶିଷ୍ଠ ନାଟ୍ୟକାର ଓ ନିର୍ଦ୍ଦେଶକ ଭଜ କୃଷ୍ଣ ମହାନ୍ତି ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସତ୍ୟ ମହାରଣା, ପ୍ରଶାନ୍ତ ମହାରଣା, କୃଷ୍ଣ ପଣ୍ଡା, ସୁବାଷ ମହାରଣା ପ୍ରମୁଖ ସହୋଜୋଗ କରିଥିଲେ, ଶେଷରେ ସୁଶାନ୍ତ ରାଉଳ ଧନ୍ୟବାଦ ଅର୍ପଣ କରିଥିଲେ ।

ad-week
Leave A Reply

Your email address will not be published.