
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ସହର ଚୋରା ସୁନା ର ପେଣ୍ଠ ସ୍ଥଳୀ ପାଲଟିଛି। ରାଜ୍ୟ ବାହାର ସମେତ ଅନ୍ୟ ଜିଲ୍ଲାରୁ ଚୋରୀ ହେଉଥିବା ସୁନା ଆସିକା ସହର ରେ ବିକ୍ରି ହେବାର ନଜିର ରହିଛି। ଚୋରୀ ସୁନାକୁ କିଛି ବଡ଼ ବଡ଼ ବ୍ୟବସାୟୀ ଛୋଟ ଛୋଟ ଦୋକାନି ମାନଙ୍କ ମାଧ୍ୟମ କରି ଶାଗ ମାଛ ଦରରେ ସ୍ୱଳ୍ପ ଟଙ୍କା ରେ କ୍ରୟ କରନ୍ତି। ବେଳେ ବେଳେ ପୋଲିସ ଦ୍ଵାରା ଧରାପଡ଼ିଲେ ମୋଟା ଅଙ୍କ ଖର୍ଚ୍ଚ କରି ଚୋରା ସୁନା କ୍ରୟ କରିଥିବା ଛୋଟ ଦୋକାନୀ କୁ ମୁକୁଳାଇ ଆଣି ଥିବାର ନଜିର ବି ରହିଛି। ଆସିକା ମହାତ୍ମାଗାନ୍ଧୀ ରୋଡ଼ ଓ ବିନାୟକ ବଜାର ର କିଛି ନିରର୍ଦ୍ଧିଷ୍ଟ ବ୍ୟବସାୟୀ ସ୍ୱଳ୍ପ ଅର୍ଥରେ ଚୋରା ସୁନା କ୍ରୟ କରି ଜେଲ ଯାଇ ବେଲରେ ଫେରିଥିବାର ନଜିର ରହିଛି। ଚୋରା ସୁନା ଧରପଗଡ଼ ବେଳେ ଚୋରା ସୁନା କ୍ରୟ କରିଥିବା ବ୍ୟବସାୟୀ ମାନଙ୍କୁ ଆଇନ ଜାଲରୁ ଖସେଇବା ପାଇଁ ଦଲାଲ ମାନେ ସକ୍ରିୟ ହୋଇ ମୁଠା ମୁଠା ଟଙ୍କାରେ ପୋଲିସ ସହ ଯୋଗ ସୂତ୍ର କରି ବ୍ୟବସାୟୀ ମାନଙ୍କ କେଶ କୁ ରଫା ଦଫା କରିଦିଅନ୍ତି। ଆସିକା ମହାତ୍ମା ଗାନ୍ଧୀ ରୋଡ଼ର ଜଣେ ଚୋରା ସୁନା କ୍ରୟ କରି ସଫଳତା ପାଇଥିବା କୁବେର ବ୍ୟବସାୟୀ ଙ୍କ କୋଟି କୋଟି ଟଙ୍କାର ଜମି ବଡ଼ ବଡ଼ କୋଠାର ମାଲିକ ବର୍ତ୍ତମାନ ହୋଇଥିବାର ଦେଖିବାକୁ ମିଳିଛି। ଚୋରା ସୁନା କ୍ରୟ କରି ଆସିକା ତାଲୁକାଛକ, ସୁନାମ୍ବ ସାହି, ହାଟପଦା, ବଜାର ସାହି ସମେତ ବ୍ରହ୍ମପୁର ଠାରେ ବଡ଼ ବଡ଼ ଅଟାଳିକା ସାଙ୍ଗକୁ ବହୁ ମୂଲ୍ୟବାନ ଜମି ର ମାଲିକ ହୋଇଥିବାର ନଜିର ରହିଛି। ପୋଲିସ କୁ ହାତ ବାରିସୀ କରି ଏପରି ଚୋରୀ ସୁନା କ୍ରିୟ କରିଥାନ୍ତି ଏବଂ ଲକ୍ଷ ଲକ୍ଷ ଟଙ୍କାର ଜି ଏସ ଟି ଫାଙ୍କି ଥାନ୍ତି ପୋଲିସ ଚାତ୍ରଛାୟା ତଳେ ଥିବାଯାଗୁଁ ଇଡି କିମ୍ବା ଭିଜିଲାନ୍ସ କୁ ଏମାନଙ୍କ ଭୟ ରହୁନାହିଁ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି l ଚୋର ଏବଂ ଡକାୟତ ମାନେ ସୁନା ରୁପା ଚୋରୀ କରି ଖୁଲାମ ଖୁଲା ଏହି ସୁନା ବ୍ୟବସାୟୀ ମାନଙ୍କୁ ବିକ୍ରୀ କରିଥାନ୍ତି, କେବଳ ଗଞ୍ଜାମ ଜିଲ୍ଲା ନୁହଁ ଜିଲ୍ଲା ବାହାରୁ ମଧ୍ୟ ଚୋରା ସୁନା ଏବେ ଆସିକା ସହର ହବ ପାଲଟିଚ୍ଛି ବୋଲି ସାଧାରଣ ରେ ଚର୍ଚ୍ଚା l