
ମାଲକାନଗିରି : ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଅନ୍ତର୍ଗତ କାଲଦାପଲ୍ଲୀ ଗ୍ରାମ ଠାରେ ଜଳବିଭାଜିକା ତଥା ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ ୱାଟରସେଡ ମହତ୍ସବ ୨୦୨୫-୨୬ ପାଳିତ ହୋଇଯାଇଛି। ଏହି ଅବସରରେ କାଲଦାପଲ୍ଲୀ ଗ୍ରାମରେ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇ ଜଳବିଭାଜିକା ଓ ମୃତ୍ତିକା ସଂରକ୍ଷଣ ବିଭାଗର ବିଭିନ୍ନ ଯୋଜନାର କାର୍ଯ୍ୟକାରିତା, ସ୍ଥାୟିତ୍ଵ ଓ ପରବର୍ତ୍ତୀ କାର୍ଯ୍ୟ ଖସଡା ବାବଦରେ ଆଲୋଚନା କରାଯାଇଅଛି। ଏଥିପାଇଁ ଆଜି ସକାଳୁ କାଲଦାପଲ୍ଲୀ ପଞ୍ଚାୟତ ସଦର ମହକୁମାରୁ ଏକ ରାଲି ଯୋଗେ ହିତାଧିକାରୀଙ୍କୁ ସଚେତନ କରାଯାଇଥିଲା । ଏହାପରେ ସରକାରଙ୍କ ପିଏମକେଏସୱାଇ ଯୋଜନାରେ ଗତ ପାଞ୍ଚବର୍ଷ ପ୍ରାକୃତିକ ସମ୍ପଦ ପରିଚାଳନା କରି ନିର୍ମାଣ ହୋଇଥିବା ନୂତନ ପୋଖରୀ, ଗୋଷ୍ଠୀ ଜଳ ଅମଳ ସରଚଂନା, ଚେକ୍ ଡ୍ୟାମ୍ ଭଳି ପ୍ରକଳ୍ପ ଗୁଡିକ ସହ ବିଭିନ୍ନ ଚାଷକାର୍ଯ୍ୟ କିଭଳି ସ୍ଥାନୀୟ ଲୋକଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ ଆଣି ପାରିଛି ସେନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଛି।
ଏଥିସହ ଆଗାମୀ ଦିନରେ ଏହି ପ୍ରକଲ୍ପ ଗୁଡିକର ସ୍ଥାୟିତ୍ଵକୁ ନେଇ ଓ ନୁତନ ପ୍ରକଳ୍ପର ରୂପରେଖ ବାବଦରେ ଆଲୋଚନା ହୋଇଛି। ଏହି ଅବସରରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ମାଲକାନଗିରି ନିର୍ବାଚନ ମଣ୍ଡଳର ବିଧାୟକଙ୍କ ପ୍ରତିନିଧି ନିହାର ରାୟ, ସମ୍ମାନିତ ଅତିଥି ଭାବେ ପଡିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଶ୍ଵିନି କୁମାର ମହାପାତ୍ର, ଜଳବିଭାଜିକା ଓ ମୃତ୍ତିକା ସଂରକ୍ଷଣ ବିଭାଗର ପ୍ରକଳ୍ପ ନିର୍ଦେଶକ ସମୀର ଶବର, ବ୍ଲକ ମତ୍ସ୍ୟ ଅଧିକାରୀ ମନୋଜ ଚକ୍ରବର୍ତ୍ତୀ, ମନ ଦୀପଙ୍କର ରାୟ, କୋଟାମ ବାଲାୟା, ଦେବା ମାଡକାମି, ପିଆଇଏ ଗୋବିନ୍ଦ ହାଲଦାର, ଏଡବ୍ଲ୍ୟୁଟି ମଙ୍ଗଳ କୁମାର ଶାହା ପ୍ରମୁଖ ଉପସ୍ଥିତ ଥିଲେ। ଜଳବିଭାଜିକା ଓ ମୃତ୍ତିକା ସଂରକ୍ଷଣ ବିଭାଗ ସହ ଯୋଡ଼ି ହୋଇ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟଲାଗି ୱାଟରସେଡ ଯୋଦ୍ଧା ଭାବେ ପଡିଆ ବ୍ଲକର ବିଭିନ୍ନ ପଞ୍ଚାୟତରୁ ୨୫ରୁ ଉର୍ଦ୍ଧ୍ୱ ଚାଷୀଙ୍କୁ ସମ୍ମାନୀୟ କରାଯାଇଅଛି। ଏହି ଅବସରରେ ଅନୁଷ୍ଠିତ କୁଇଜ୍ ଓ ନାଚଗୀତ ପ୍ରତିଯୋଗୀତାରେ ସାମଲ ହୋଈଥିବା ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟ ବିଭାଗ ପକ୍ଷରୁ ସମ୍ମାନିତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଭିନ୍ନ ପଞ୍ଚାୟତରୁ ଆସିଥିବା ଜନପ୍ରତିନିଧି, ଡବ୍ଲ୍ୟୁଡିଟି ମଙ୍ଗଳ କୁମାର ଶାହା, ନିହାର ରଞ୍ଜନ ଜେନା, ବର୍ଷା ମହାନ୍ତି, ରାଜେନ୍ଦ୍ର ପ୍ରଧାନ ସମେତ ଏମବିକେ ଓ କୃଷିମିତ୍ର ମାନେ ଉପସ୍ଥିତ ଥିବା ଦେଖିବାକୁ ମିଳିଛି।