ଜଳିଗଲା ଦୋକାନ, କ୍ଷତି ହେଲା ଲକ୍ଷାଧିକ ଟଙ୍କାର ଇଲେକ୍ଟ୍ରିକ ସାମଗ୍ରୀ

add-all

ମାଲକାନଗିରି : ମାଲକାନଗିରି ଜିଲ୍ଲା ବାଲିମେଳା ସହରରେ ଆଜି ଏକ ଦୁଃଖଦ ଘଟଣା ଘଟିଯାଇଛି। ନିଆଁ ଲାଗି ଜଣେ ଇଲେକ୍ଟ୍ରିକ ବ୍ୟବସାୟୀଙ୍କ ଦୋକାନ ଜଳି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ମିଳିଥିବା ସୂଚନା ମୁତାବକ ବୁଧବାର ରାତିରେ ଦୋକାନୀ ନିଜର ସଟର ବନ୍ଦ କରି ନିଜ ଘରକୁ ଫେରିଥିଲେ। ତେବେ ମଧ୍ୟରାତ୍ରରେ କିପରି ତାଙ୍କ ଦୋକାନ ଭିତରେ ନିଆଁ ଲାଗି ସମ୍ପୂର୍ଣ୍ଣ ଦୋକାନ ଜଳି ପୋଡି ପାଉଁଶ ହୋଇଯାଇଥିଲା। ଭୋର ସମୟରେ ସ୍ଥାନୀୟ ଲୋକେ ବଜାର କୁ ଯିବା ସମୟରେ ଦୋକାନ ମଧ୍ୟରୁ ହୁ ହୁ ହୋଇ ଧୂଆଁ ବାହାରୁଥିବା ଦେଖିଥିଲେ। ଏହା ଦେଖି ସଙ୍ଗେ ସଙ୍ଗେ ଦୋକାନ ମାଲିକ ଈଶ୍ୱର ପାତ୍ର ଙ୍କୁ ଖବର ଦେଇଥିଲେ। ଖବର ପାଇ ବ୍ୟବସାୟୀ ଜଣଙ୍କ ନିଜ ଦୋକାନ ଯାଇ ଦେଖିଲା ବେଳକୁ ସମସ୍ତ ଇଲେକ୍ଟ୍ରିକ ସାମଗ୍ରୀ ଯଥା:- ଲାଇଟ, ଫ୍ୟାନ, ତାର, ସୁଇଚ, ବୋର୍ଡ, ଇଲେକ୍ଟ୍ରିକ ପାଇପ ଆଦି ଜଳି ପାଉଁଶ ହୋଇଯାଇଥିଲା। ଏହାପରେ ସେ ସ୍ଥାନୀୟ ଲୋକଙ୍କ ସହାୟତା ରେ ନିଆଁ କୁ ଆୟତ୍ତ କରିବାରେ ସକ୍ଷମ ହୋଇଥିଲେ। ତେବେ କେଉଁ କାରଣରୁ ନିଆଁ ଲାଗିଲା ତାହା ସ୍ପଷ୍ଟ ଜଣା ପଡି ନଥିବା ବେଳେ ସଟ ସର୍କିଟ ଯୋଗୁଁ ଏପରି ଘଟଣା ଘଟିଥିବା ଅନୁମାନ କରାଯାଉଛି। ୪ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଇଲେକ୍ଟ୍ରିକ ସାମଗ୍ରୀ କ୍ଷତି ହୋଇଥିବା ବେଳେ କ୍ଷତିପୂରଣ ନିମନ୍ତେ ସରକାରଙ୍କ ପକ୍ଷରୁ ସହାୟତା ଲୋଡିଛନ୍ତି ବ୍ୟବସାୟୀ ଶ୍ରୀ ପାତ୍ର। ତେବେ ତୁରନ୍ତ ପ୍ରଶାସନ ପକ୍ଷରୁ ତାଙ୍କୁ କ୍ଷତିପୂରଣ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

ad-week
Leave A Reply

Your email address will not be published.