ଜାତୀୟ ସାଧାରଣତନ୍ତ୍ର ଦିବସ ଦିଲ୍ଲୀ କର୍ତ୍ତବ୍ୟପଥ ପ୍ୟାରେଡକୁ ସ୍ଵତନ୍ତ୍ର ଅତିଥି ଭାବେ ରଙ୍ଗଣୀପାଟଣା ସରପଂଚ ସ୍ଵତନ୍ତ୍ର ଭାବରେ ନିମନ୍ତ୍ରିତ

newyr25

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ରଙ୍ଗଣୀପାଟଣା ପଞ୍ଚାୟତର ସରପଞ୍ଚ ସସ୍ମିତା ପାତ୍ର ଜାତୀୟ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଦିଲ୍ଲୀ କର୍ତ୍ତବ୍ୟପଥ ପ୍ୟାରେଡ କୁ ସ୍ଵତନ୍ତ୍ର ନିମନ୍ତ୍ରିତ ଅତିଥି ଭାବରେ ଚୟନ ହୋଇଛନ୍ତି । ରାଜ୍ୟ ଗ୍ରାମ ଉନ୍ନୟନ ଓ ପଞ୍ଚାୟତ ରାଜ ବିଭାଗ ତରଫରୁ ସ୍ଵତନ୍ତ୍ର ଅତିଥି ଭାବରେ ରାଜ୍ୟରୁ ମୋଟ ୨୩ ଜଣକୁ ଚୟନ କରାଯାଇଥିବା ବେଳେ ନୟାଗଡ଼ ଜିଲ୍ଲାରୁ ଏକମାତ୍ର ରଙ୍ଗଣୀ ପାଟଣା ସରପଂଚ ଙ୍କୁ ଅତିଥି ଭାବରେ ଚୟନ କରାଯାଇଥିବାରୁ ପଞ୍ଚାୟତ ଠାରୁ ଆରମ୍ଭ କରି ସାରା ନୟାଗଡ଼ ଜିଲ୍ଲାରୁ ଶୁଭେଚ୍ଛାର ସୁଅ ଛୁଟିଛି।ଶ୍ରୀମତୀ ପାତ୍ର ଏକାଧାରରେ ଜଣେ ମହିଳା ସଙ୍ଗଠିକା, ମହିଳା ସଶକ୍ତିକରଣ ତଥା ବିଭିନ୍ନ ସଚେତନତା ଧର୍ମୀ କାର୍ଯ୍ୟକ୍ରମରେ ମହିଳା ମାନଙ୍କୁ ସକ୍ରିୟ ଅଂଶଗ୍ରହଣ, ବାଲ୍ୟ ବିବାହ ରୋକିବା, କିଶୋରୀ ଓ ବାଳିକା ମାନଙ୍କୁ ପୋଷଣ ଯୁକ୍ତ ଖାଦ୍ୟ ଗ୍ରହଣ କରିବା ନିମନ୍ତେ ପ୍ରୋତ୍ସାହିତ କରାଇବାରେ ଏବଂ ଆଇନର ସହଯୋଗ ନିମନ୍ତେ ସକ୍ରିୟ ଭୂମିକା ଗ୍ରହଣ କରି ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ରାଜ୍ୟ ତଥା ରାଜ୍ୟ ବାହାରେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଶ୍ରୀମତୀ ପାତ୍ର ଅଂଶଗ୍ରହଣ କରି ଅନେକ ଅଭିଜ୍ଞତା ହାସଲ କରିଛନ୍ତି ।

Leave A Reply

Your email address will not be published.