
ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ପୋଲିସର ଅପରେସନ ଷ୍ଟ୍ରାଇକ ଜାରି ରହିଥିବା ବେଳେ କୁରାଳ ବାଗଦେଵୀ ରୋଡରେ ବେଆଇନ ଭାବରେ ଲଘୁ ଖଣିଜ ଦ୍ରବ୍ୟ ଚାଲାଣ ପାଇଁ ବ୍ୟବହୃତ ଗୋଟିଏ ଜେସିବି ସହିତ ୫ ଟ୍ରାକ୍ଟର କୁ ଓଡ଼ଗାଁ ପୋଲିସ ଜବତ କରି ଓଡ଼ଗାଁ ଥାନା ପରିସରକୁ ଆଣି ରଖିଥିବା ଜଣାପଡିଛି । ପାଣ୍ଡେରୀପଡ଼ା ବାବୁଲା ସାହୁଙ୍କ ଓଡ଼ି୩୩ଏସି୪୩୮୯ ନମ୍ବର ଜେସିବି ସହିତ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଚନ୍ଦନ ନାୟକଙ୍କ ଓଡ଼ି୨୫ଏନ୯୮୫୭, ହନୁମନ୍ତିଆ କୁନା କହଁରଙ୍କ ଓଡ଼ି୨୫ଆର୦୪୬୧, ଲୁନା କହଁରଙ୍କ ଓଆର ୨୫ସି୨୯୭୧, କୁରାଳ ଅଭିମନ୍ୟୁ ବିଶ୍ଵାଳଙ୍କ ଓଆର୨୫ସି ୨୯୭୦ ଏବଂ ହରେକୃଷ୍ଣ ବାରିକଙ୍କ ଓଡ଼ି୨୫ଜି୪୮୨୮ ଟ୍ରାକ୍ଟର ଗୁଡ଼ିକୁ ଜବତ କରାଯାଇଛି।
ଏହାକୁ ନେଇ ଓଡ଼ଗାଁ ପୋଲିସ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଥିବା ବେଳେ ଆବଶ୍ୟକ ପ୍ରକ୍ରିୟା ପରେ ଜବତ ଜେସିବି ଓ ଟ୍ରାକ୍ଟର ଗୁଡ଼ିକୁ ହସ୍ତାନ୍ତର କରାଯିବ ।