
ନୟାଗଡ଼: ନୟାଗଡ଼ ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶରେ ଓଡ଼ଗାଁ ବନାଞ୍ଚଳ ଅଧିକାରୀ ଅଭିମନ୍ୟୁ ମଲ୍ଲିକଙ୍କ ନେତୃତ୍ୱରେ ଓଡ଼ଗାଁ ବନ କର୍ମଚାରୀ ଚେମେଡି ରାସ୍ତାରେ ବାଘୁଆ ଛକ ଆଡ଼କୁ ଆସୁଥିବା ଏକ କଞ୍ଚା ବାଉଁଶ ବୋଝେଇ ପିକଅପ ଭ୍ୟାନ କୁ ଅଟକାଇବା ବେଳେ ଗାଡ଼ି ଚଳକଙ୍କ ସହିତ ଅନ୍ୟମାନେ ଗାଡ଼ି ଛାଡ଼ି ଦୌଡ଼ି ପଳାଇଥିଲେ। ଘନ କୁହୁଡି ମଧ୍ୟରେ ସେମାନଙ୍କୁ ଧରିବା ସମ୍ଭବ ହୋଇନଥିଲା।ଫଳରେ ବନ କର୍ମଚାରୀ ମାନେ ନିଜ ଚେଷ୍ଟାରେ ବାଉଁଶ ବୋଝେଇ ପିକଅପ ଭ୍ୟାନ କୁ ଓଡ଼ଗାଁ ବନାଞ୍ଚଳ କୁ ଆଣିଥିଲେ ।ଜବତ ଗାଡ଼ି ନମ୍ବର ଓଡ଼ି ୦୨ଡିକେ ୨୩୨୬ ହୋଇଥିବା ବେଳେ ୟୁଡ଼ି କେସ ନମ୍ବର ୨୫ ଅଫ ୨୦୨୫/୨୬ , ୫୬ ଧାରାରେ ମାମଲା ରୁଜ୍ଜୁ କରି ଓଡ଼ଗାଁ ବନ ବିଭାଗ ତଦନ୍ତ ଚଳାଇଛି ।ସୂଚନା ଅନୁଯାୟୀ ବନରକ୍ଷୀ ଦୀପ୍ତିମୟୀ ରାଉତ, ସୌମ୍ୟ ରଞ୍ଜନ ଦଳେଇ, ସୁଧୀର କୁମାର ଭୋଳ, ପାଟ୍ରୋଲିଙ୍ଗ କରୁଥିବା ବେଳେ ବଘୁଆ ଛକ ନିକଟରେ ଏହି ବାଉଁଶ ବୋଝେଇ ପିକଅପ ଭ୍ୟାନ କୁ ଅଟକାଇଥିଲେ ।ମାତ୍ର ଗାଡ଼ି ଛାଡ଼ି ଚାଳକ ଏବଂ ଅନ୍ୟମାନେ ଫେରାର ହୋଇଯାଇଥିଲେ । ଓଡ଼ଗାଁ ବନାଞ୍ଚଳ ଅଧିକାରୀ ଏବଂ ବାନପାଳ ସରିତା ବରାଳ ଘଟଣା ସ୍ଥଳରେ ପହଞ୍ଚି ଜବତ ବାଉଁଶ ବୋଝେଇ ପିକଅପ ଭ୍ୟାନ କୁ ଓଡ଼ଗାଁ ବନାଞ୍ଚଳ କାର୍ଯ୍ୟାଳୟକୁ ଆଣିଥିଲେ ।