ବ୍ଲକସ୍ତରୀୟ ୱାଟରସେଡ ମହୋତ୍ସବ-୨୦୨୫ ଅନୁଷ୍ଠିତ

add-all

ଚିତ୍ରକୋଣ୍ଡା : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲଜ ଯନ୍ତାପାଇ ଠାରେ ବ୍ଲକ ସ୍ତରୀୟ ୱାଟରସେଡ ମହୋତ୍ସବ-୨୦୨୫ ଅନୁଷ୍ଠିତ ହୋଇ ଯାଇଛି । ପ୍ରଧାନମନ୍ତ୍ରୀ କୃଷିସିଞ୍ଚାଇ ଯୋଜନା ୨.୦ ଅଧୀନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ମଙ୍ଗୁ ଖିଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଉଦଘାଟନ କରିବା ସହ ଜଳ ସଂରକ୍ଷଣ ଓ ବୃକ୍ଷରୋପଣ ଦ୍ୱାରା ଭବିଷ୍ୟତରେ ପୃଥିବୀକୁ ରକ୍ଷା କରିବାକୁ ହେବ ଓ ନିଜ ଅଂଚଳର ବିକାଶ କରିହେବ ବୋଲି ମତ ବ୍ୟକ୍ତ କରିଥିଲେ । ଏତଦ ବ୍ୟତୀତ ଅନ୍ୟ ସମ୍ମାନିତ ଅତିଥି ଭାବେ ଚିତ୍ରକୋଣ୍ଡା ବିଧାୟକ ପ୍ରତିନିଧି ଶ୍ରୀ ବିଦେଶୀ ଗୌଡ଼, ପାପରମେଟଲା ପଞ୍ଚାୟତ ର ସରପଞ୍ଚ ଶ୍ରୀ ନରସିଂହ ସିନ୍ଧେଇ, ପୂର୍ଣ୍ଣ କିର୍ଶନୀ ଏଡିଏସସି-କମ-ପିଆଇଏ ଜ୍ୟୋତି ରଞ୍ଜନ ଜେନା ମାଲକାନଗିରି ଏସଡିପିଓ ଦିବ୍ୟରଞ୍ଜନ ଦଳେଇ, ରଘୁ ଖରା ପ୍ରମୁଖ ଜଳ, ଜମି, ଜଙ୍ଗଲର ସୁରକ୍ଷା କଲେ ଜୀବିକାର ଉନ୍ନତି ଏବଂ ଆମ ସ୍ୱାଭିମାନ ଅଞ୍ଚଳର ବିକାଶ ହୋଇପାରିବ ବୋଲି କହିଥିଲେ । ଉପ ନିର୍ଦ୍ଦେଶକ ମୃତ୍ତିକା ସଂରକ୍ଷଣ ତଥା ପ୍ରକଳ୍ପ ନିର୍ଦେଶକ ଜଳଛାୟା ଶ୍ରୀ ସମୀର ଶବର ୱାଟରସେଡ ଦ୍ୱାରା ପୂର୍ବରୁ ଦିଆ ଯାଇଥିବା ତାଲିମ ପ୍ରାପ୍ତ ଦକ୍ଷତା ବିକାଶ ପ୍ରଶିକ୍ଷଣ ଦ୍ୱାରା ମୌଳିକ କମ୍ପୁଟର, ସିଲେଇ, ହାଲୁକା ଯାନ ବାହନ ଯୁବକ ଯୁବତୀ ମାନଙ୍କର ମାନପତ୍ର ପ୍ରଦାନ କରାଗଲା ଏବଂ ଏହା ମଞ୍ଚରେ ଯନ୍ତାପାଇ ବଡପଡା ବିଦ୍ୟାଳୟର କୁନି କୁନି ଛାତ୍ରଛାତ୍ରୀ ମାନେ ନୃତ୍ୟ କଳା ପ୍ରଦର୍ଶନ କରି ସମସ୍ତଙ୍କୁ ମନୋରଞ୍ଜନ କରିଥିଲେ । ପ୍ରାରମ୍ଭରେ ବିଭିନ୍ନ ପ୍ରକଳ୍ପ, ଭୂମି ପୂଜନ ଲୋକାର୍ପଣ, ଶ୍ରମଦାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଗୁଡ଼ିକ ବିଧାୟକ ଶ୍ରୀଯୁକ୍ତ ମଙ୍ଗୁ ଖିଲଙ୍କ କର କମଳରେ ଅନୁଷ୍ଠିତ ହୋଇଥିଲା । ମହୋତ୍ସବ ଟିକୁ ଅଣୁଜଳ ବିଭାଜିକା ପ୍ରକଳ୍ପର କାର୍ଯ୍ୟକାରୀ ସମିତି ସଭ୍ୟ ଓ ସଭ୍ୟା ଏବଂ ମୃତ୍ତିକା ସଂରକ୍ଷଣ ବିଭାଗର କର୍ମକର୍ତ୍ତା ମାନେ ସୂଚାରୁ ରୂପେ ପରିଚାଳନା କରିଥିଲେ ।

ad-week
Leave A Reply

Your email address will not be published.