
ନୟାଗଡ଼,୨୩/୦୧(ନିସର୍ତ୍ତ): ନୟାଗଡ଼ ଜିଲ୍ଲା ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ୧୨ନମ୍ବର ୱାର୍ଡ ନୂଆଗାଁ- ବେତେରାସାହିର ୪ର୍ଥ ଶ୍ରେଣୀରେ ପଢ଼ୁଥିବା ଜଣେ ନାବାଳିକାକୁ ସେହି ୱାର୍ଡର ଜଣେ ଯୁବକ ଦୁଷ୍କର୍ମ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଯୁବକ ଜଣକ ଅପରାହ୍ନ ସାଢ଼େ ୧ଟାରେ ନାବାଳିକାକୁ ଖେଳିବା ବାହାନାରେ, ଉକ୍ତ ସାହିର ୯ମ ଶ୍ରେଣୀରେ ପଢୁଥିବା ଜଣେ ପିଲା ମାଧ୍ୟମରେ ଡକାଇ ନିକଟତମ ଜନସ୍ବାସ୍ଥ୍ୟ ବିଭାଗ କାର୍ଯ୍ୟାଳୟ ପାଖ ଘଞ୍ଚ ବୁଦା ଭିତରକୁ ନେଇ ସେଠାରେ ଦୁଷ୍କର୍ମ କରିଥିଲା ନାବାଳିକା ଜଣକ ଘରକୁ ନ ଫେରିବାରୁ ନାବାଳିକାର ମା’ ଚାରିଆଡ଼େ ଖୋଜାଖୋଜି କରିଥିଲେ । ନିକଟରେ ଖେଳୁଥିବା ଛୋଟ ପିଲାଙ୍କ ଠାରୁ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ଝିଅକୁ ଉଦ୍ଧାର କରିବା ସହିତ ଦୁଷ୍କର୍ମକାରୀ ଯୁବକକୁ ଧରିବାକୁ ପ୍ରୟାସ କଲାବେଳେ ଯୁବକ ଜଣକ ମହିଳାଙ୍କୁ ଧକ୍କା ମାରି ଦୌଡ଼ି ପଳାଇଯାଇଥିଲା | ପୀଡ଼ିତାର ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରା ଯିବା ପରେ ,ରଣପୁର ଆଇଆଇସି ଆଶିଷ ଦେବ ସାହୁଙ୍କ ନେତୃତ୍ୱରେ ତଦନ୍ତ ଜାରି କରା ଯାଇଥିଲା। ୨ ଅଭିଯୁକ୍ତଙ୍କୁ ୨୬/ ୨୨.୦୧.୨୦୨୬ ସେକସନ୍ ୭୦/୨ ୬୫/୨ ୩୫୧/୩ ୩/୫ ବି.ନ.ଏସ ଆଧାରରେ ଗିରଫ କରାଯାଇ ଥିବା ନେଇ ଥାନା ଅଧିକାରୀ ସୂଚନା ଦେଇଛନ୍ତି।