ଲୋକ ନାଟକ ଗ୍ରାମୀଣ ଜନଜୀବନକୁ ପରିପୁଷ୍ଟ କରିବା ସହ ପ୍ରାନ୍ତୀୟ ସଂସ୍କୃତିକୁ ୠଦ୍ଧିମନ୍ତ କରିଥାଏ : ମହାସଚିବ ରୋଶନ୍

add-all

ବ୍ରହ୍ମପୁର, : ଛତ୍ରପୁର ବ୍ଲକ ଅନ୍ତର୍ଗତ ଅର୍ଜୁନପଲ୍ଲୀ ସ୍ଥିତ ନବ ଗଠିତ ଲୋକ ନାଟ୍ୟ ସଂଗଠନ “ମା’ କରେଇଶୁଣୀ ଲୋକନାଟ୍ୟ କଳା ସଂସଦ” ପ୍ରଯୋଜିତ ଲୋକ ନାଟକ ‘ଲକ୍ଷ୍ମୀ ପୁରାଣ’ର ପ୍ରଥମ ଲୋକ ପ୍ରଦର୍ଶନ ଉତ୍ସବକୁ ମାନ୍ୟବର ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ବିଧିବତ ପବିତ୍ର ଶ୍ରୀପଞ୍ଚମୀ ଦିନ ଶୁଭ ଉଦଘାଟନ କରିଛନ୍ତି। ଏହି ଅବସରରେ ନିଖିଳ ଓଡିଶା ବରିଷ୍ଠ କଳାକାର ମହାସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ମୂଖ୍ୟ ବକ୍ତା ଭାବେ ଯୋଗଦେଇ ଲୋକ ନାଟକ ଗ୍ରାମୀଣ ଜନଜୀବନକୁ ପରିପୁଷ୍ଟ କରିବା ସହ ପ୍ରାନ୍ତୀୟ ସଂସ୍କୃତିକୁ ୠଦ୍ଧିମନ୍ତ କରୁଥିବା ହେତୁ ତାହାର ବ୍ୟାପକ ପ୍ରସାର ପ୍ରଚାରର ଆବଶ୍ୟକତା ରହିଥିବା କଥା ଉଲ୍ଲେଖ କରିଥିଲେ। ନାଟ୍ୟସଙ୍ଘ ସଭାପତି ବୁଦୁ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ନିଖିଳ ଓଡିଶା ବରିଷ୍ଠ କଳାକାର ମହାସଂଘ ସଭାପତି ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁ ମୂଖ୍ୟ ଅତିଥି, ବରିଷ୍ଠ ଯାତ୍ରା କଳାକାର ମଞ୍ଚମୋହନ ରାଜେନ୍ଦ୍ର ପତି ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଏବଂ ମହାସଂଘ ଉପ ମହାସଚିବ ପ୍ରଦୀପ କୁମାର ସାହୁ ସମ୍ମାନିତ ଅଥିଥି ଭାବେ ଯୋଗଦେଇ ଲୋକ କଳା, ଲୋକ ନାଟକର ଆବଶ୍ୟକତା ସଂପର୍କରେ ଆଲୋକପାତ କୋରିଥିଲେ। ଏହି ଅବସରରେ ମହାସଂଘ ପକ୍ଷରୁ ଲୋକ ନାଟକ ଗୁରୁ ବନଜ କୁମାର ସାହୁ, ଗୁରୁ ପୂର୍ଣ୍ଣ ଚନ୍ଦ୍ର ସାହୁଙ୍କ ସମେତ ନାଟ୍ୟ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତଙ୍କୁ ଆନୁଷ୍ଠାନିକ ସମ୍ବର୍ଦ୍ଧନା ପ୍ରଦାନ ସହ ଶିଶୁ କଳାକାରମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ଅନୁଷ୍ଠାନର ସମ୍ପାଦକ ମୟ ଦାସ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଶିବାରମ ଦାସ, ନାରୁସୁ ଦାସ, ରଂଜନ ଦାସଙ୍କ ସମେତ ଅର୍ଜୁନପଲ୍ଲୀ ଗ୍ରାମବାସୀ ସମ୍ପୂର୍ଣ ସହଯୋଗ କରିଥିଲେ। ବନଜ କୁମାର ସାହୁ ନିର୍ଦ୍ଦେଶିତ ଲୋକ ନାଟକ ‘ଲକ୍ଷ୍ମୀ ପୁରାଣ’ ଦର୍ଶକ ଆଦୃତି ଲାଭ କରିଥିବା ପରିଦୃଷ୍ଟ।

ad-week
Leave A Reply

Your email address will not be published.