
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଠାରେ ଉପଖଣ୍ଡ ସ୍ତରୀୟ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ସ୍ଥାନୀୟ ଏନ ଏ ସି ତରଫରୁ ଏକ ସ୍ୱଛତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ଶ୍ରୀମତୀ ପ୍ରଣିତା ଦାସ, ଏସଡିପିଓ ସୁଭମ୍ ଭୋସଲେ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା, ଏନଏସି ର କାର୍ଯ୍ୟ ନିର୍ବାହୀ ଅଧିକାରୀ ବିବାକାନନ୍ଦ ଦଳେଇ, ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନଙ୍କ ସହ ଏନ ଏ ସି ର ସମସ୍ତ ସଫେଇ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ବାଲିଗୁଡା ବସଷ୍ଟାଣ୍ଡ ର ସମଗ୍ର ଅଞ୍ଚଳରେ ସଫେଇ କରିବା ସହ ସଦା ସର୍ବଦା ପରିବେଶ କୁ ସଫା ସୁତରା ରଖିବାକୁ ଉପସ୍ଥିତ ଜନସାଧାରଣ ଙ୍କୁ ପରାମର୍ଶ ଦେଇଥିଲେ l