
ବାଲିଗୁଡା, ତା, ୨୫/୦୧ : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ପ୍ରଶାସନ ପକ୍ଷରୁ ୧୬ ତମ ଜାତୀୟ ମତଦାତା ଦିବସ ପାଳିତ ହୋଇଯାଇଛି। ଏନେଇ ସ୍ଥାନୀୟ ଆଦିବାସୀ ମହାବିଦ୍ୟାଳୟ ନିକଟରେ ଉପଜିଲାପାଳ ପ୍ରଣୀତା ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ। ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଏସଡିପିଓ ଶୁଭମ ଭୋସଲେ, ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା ପ୍ରମୁଖ ଉପସ୍ଥିତ ରହି ୨୦୧୧ରୁ ଜାତୀୟ ମତଦାତା ଦିବସ ପାଳିତ ହୋଇଆସୁଛି। ଭାରତ ଏକ ସଫଳ ଗଣତନ୍ତ୍ର ରାଷ୍ଟ୍ର। ଆମ ଦେଶରେ ଅବାଧ ଓ ମୁକ୍ତ ନିର୍ବାଚନ ହେଉଛି। ଆମେ ଭାରତର ନାଗରିକ ବୃନ୍ଦ, ଗଣତନ୍ତ୍ରରେ ନିଜର ପୂର୍ଣ୍ଣ ଆସ୍ଥା ରଖି ଏହି ଶପଥ ନେଉଛୁ କି ” ଆମେ ନିଜ ଦେଶର ଗଣତାନ୍ତ୍ରିକ ପରମ୍ପରାର ମର୍ଯ୍ୟାଦା ବଜାୟ ରଖିବା ସହ ମୁକ୍ତ, ଅବାଧ ଏବଂ ଶାନ୍ତିପୂର୍ଣ୍ଣ ନିର୍ବାଚନର ଗାରିମା କୁ ଅକ୍ଷୁଣ୍ଣ ରଖି ନିର୍ଭିକ ହୋଇ, ଜାତି, ଧର୍ମ, ବର୍ଣ୍ଣ, ଗୋଷ୍ଠୀ, ଭାଷା ଅଥବା ଅନ୍ୟ କୌଣସି ପ୍ରଲୋଭନରେ ପ୍ରଭାବିତ ନ ହୋଇ ପ୍ରତ୍ୟେକ ନିର୍ବାଚନରେ ନିଜ ମତାଧିକାର ସାବ୍ୟସ୍ତ କରିବୁ ” ବୋଲି ଶପଥ ନେଇଥିଲେ l ପରେ ପରେ ଅତିଥି ଗଣ କହିଥିଲେ ଯେ, ଭୋଟ ଦେବାର ଅଧିକାର ଏବଂ କର୍ତ୍ତବ୍ୟ ଉପରେ ସଚେତନ କରିବା ସହ ନୂତନ ଭୋଟର ମାନଙ୍କୁ ଭୋଟର ତାଲିକା ରେ ପଞ୍ଜିକରଣ କରିବା ପାଇଁ କହିଥିଲେ l ଏଥିରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଅଧିକାରୀ ଶିବ ଶଙ୍କର ସମରଥ, ଅଭିମନ୍ୟୁ ପ୍ରଧାନ, ତୀର୍ଥବାସୀ ଘଡାଇ, ରଶ୍ମି ରଞ୍ଜନ ମହାରଣା, ପ୍ରମୁଖ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ l