ଆସିକା ସହର ଗ୍ରାମକଣ୍ଠରେ ରହିଥିବା ଯୋଗୁଁ ସାଧାରଣ ଲୋକେ ବନ୍ଦୋବସ୍ତ ରୁ ବଞ୍ଚିତ ଅଛନ୍ତି…!

newyr25

ଆସିକା ଅଞ୍ଚଳ ରେ ପ୍ରଭାବଶାଳୀ ବ୍ୟକ୍ତି ବିଶେଷଙ୍କ ନାଁ ରେ ପଟ୍ଟା…..!
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଆସିକା ସହର ସବୁବେଳେ ଚର୍ଚ୍ଚାରେ ରହିଆସିଛି।ଆସିକା ସହର ଗ୍ରାମକଣ୍ଠରେ ରହିଥିବା ଫଳରେ ୯୦ ପ୍ରତିଶତ ଲୋକଙ୍କ ପଟ୍ଟା ନାହିଁ। ଆସିକା ଅଞ୍ଚଳର ବଡ଼ ବଡ଼ିଆ ମାନେ ସରକାରୀ ଜମି ସହିତ ବର୍ଷାଜଳ ନିଷ୍କାସନ ପଥ ଜବର ଦଖଲ କରିବା ସହ ରାଜସ୍ୱ ବିଭାଗ ସହ ସଳସୂତରା କରି ମୁଠା ମୁଠା ଅର୍ଥ ଦେଇ ନିଜ ନିଜ ନାମରେ ପଟ୍ଟା କରିଥିବାର ପୂର୍ବରୁ ନଜିର ରହିଛି। ଗତ କିଛି ମାସ ହେଲା ନୂତନ ଡବଲ ଇଞ୍ଜିନ ସରକାର ଆସିବା ପରେ କ୍ଷମତାର ଅପବ୍ୟବହାର କରି କିଛି ପ୍ରଭାବ ଶାଳୀ ବ୍ୟକ୍ତି ମାନେ ଶାଗ ମାଛ ଦରରେ ଗୃହ କ୍ରୟ କରି ନିଜ ନାମରେ ପଟ୍ଟା କରିନେଇଥିବାର ଖବର ଆସିକା ସହରରେ ଚର୍ଚ୍ଚାର ବିଷୟ ହୋଇଛି।

ଆସିକା ସହରକୁ ବନ୍ଦୋବସ୍ତ କରିବା ପାଇଁ ରୀତିମତ ଆନ୍ଦୋଳନ ବି ହୋଇଛି। ଯେଉଁ ବ୍ୟକ୍ତି ବିଶେଷ ଜବର ଦଖଲ କରିଛନ୍ତି। ସେହି ବ୍ୟକ୍ତି ବିଶେଷ ମାନଙ୍କୁ ରାଜସ୍ୱ ବିଭାଗ କିପରି ପଟ୍ଟା ବଣ୍ଟନ କରିଛି। ବନ୍ଦୋବସ୍ତ ହୋଇନଥିବା ଯୋଗୁଁ ଆସିକାର ସାଧାରଣ ଲୋକେ ଗୃହ କ୍ରୟ ବିକ୍ରି ବେଳେ ହନ୍ତସନ୍ତ ହେଉଛନ୍ତି। ଗଞ୍ଜାମ ଜିଲ୍ଲାପାଳ ଯେଉଁ ବ୍ୟକ୍ତି ବିଶେଷ ମାନେ ବେନିୟମ ଭାବେ ପଟ୍ଟା ନିଜ ନାମରେ କରିଛନ୍ତି, ତଦନ୍ତ କଲେ ଅସଲ ମୁଖା ଖୋଲିବ ବୋଲି ସାଧାରଣ ରେ ଆଲୋଚନା ହେଉଛି।

Leave A Reply

Your email address will not be published.