ଗତ ଏକମାସ ମଧ୍ୟରେ ଓଡ଼ଗାଁ ଥାନା ଅଞ୍ଚଳରୁ ୧୪ ନିଖୋଜ

Independence

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅଞ୍ଚଳରୁ ଗତ ଏକମାସ ମଧ୍ୟରେ ୧୪ ଜଣ ନିଖୋଜ ହୋଇଥିବା ନେଇ ଅଭିଯୋଗ ହୋଇଛି ।ନିଖୋଜ ମାନଙ୍କ ମଧ୍ୟରେ ୬ ଜଣ ବିବାହିତ ମହିଳା, ୩ ଜଣ ଯୁବତୀ, ୨ଜଣ ପୁରୁଷ, ଜଣେ ନାବାଳକ ଏବଂ ୨ଜଣ ନାବାଳିକା ଅଛନ୍ତି ।ଉଗ୍ର ଆଧୁନିକତା, ଅପ୍ରାକୃତିକ ଯୌନ ଲାଳସା, ଅପରିପକ୍ବ ବିଚାରଧାରା ର କୁପରିଣାମ ଯୋଗୁଁ ଏଭଳି ଅଭିଯୋଗ ବୃଦ୍ଧି ପାଇବାରେ ଲାଗିଛି।ସେହିପରି ଅନେକ କ୍ଷେତ୍ରରେ ନିଶାସକ୍ତ ସ୍ୱାମୀର ଅକଥନୀୟ ନିର୍ଯାତନା ଯୋଗୁଁ କିମ୍ବା ଅଭାବୀ ପରିବାରର ଅସମର୍ଥତା ଯୋଗୁଁ ଅନେକ ମହିଳା ପରିବାର ଠାରୁ ଦୂରେଇ ଯାଉଛନ୍ତି ।ଏହି ପରିପ୍ରେକ୍ଷୀରେ ପରିବାର କଳହ ଉପୁଜୁଥିବା ସାମାଜିକ ସମସ୍ୟାର ପ୍ରଭାବ ପରବର୍ତ୍ତୀ ପିଢ଼ିକୁ ପ୍ରଭାବିତ କରିବାର ସମ୍ଭାବନା ରହିଥିବାରୁ ବେଳହୁଁ ସାବଧାନ ରହିବାକୁ ସାମାଜିକ ବିଜ୍ଞାନୀ ମାନେ ପରାମର୍ଶ ଦେଇଛନ୍ତି।

ad-week
Leave A Reply

Your email address will not be published.