
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ସୋନପୁର ବାହୁଦା ନଦୀ ଅବବାହିକାରେ ଜଳପକ୍ଷୀ ଅନୁସନ୍ଧାନ ସମୟରେ ଶୀତକାଳୀନ ପ୍ରବାସୀ ପକ୍ଷୀ ମାନଙ୍କ ମଧ୍ୟରେ ଦୁଇଗୋଟି ଗ୍ରେଟର ଫ୍ଲେମିଙ୍ଗୋ ବା ବଡ଼ ଏରା ପକ୍ଷୀ ଦେଖିବାକୁ ମିଳିଛି l ଏକ ଘଣ୍ଟାର ପର୍ଯ୍ୟବେକ୍ଷଣ ଅବଧି ମଧ୍ୟରେ ପକ୍ଷୀ ଦୁଇଟି ଖାଦ୍ୟ ସଂଗ୍ରହ ଅବସ୍ଥାରେ ରହିଥିଲେ। ପ୍ରଥମ ଥର ପାଇଁ ଏ ପ୍ରଜାତି ପକ୍ଷୀର ଉପସ୍ଥିତି ଏହି ଅଞ୍ଚଳରେ ବିଭିନ୍ନ ଦେଶୀୟ ଓ ବିଦେଶାଗତ ପକ୍ଷୀ ପ୍ରଜାତିର ବିରଳତାକୁ ଉଲ୍ଲେଖ କରେ ଏବଂ ଏହାର ସ୍ଥିତି, ବାସସ୍ଥାନ ବ୍ୟବହାର,ସଂରକ୍ଷଣ ଆବଶ୍ୟକତା ଗୁରୁତ୍ୱ ସହ ଅଧିକ ବ୍ୟବସ୍ଥିତ ଅନୁସନ୍ଧାନ ଆବଶ୍ୟକ ରହିଛି l ଏମାନେ ମୁଖ୍ୟତଃ ଆଫ୍ରିକା ମହାଦେଶ, ଭାରତୀୟ ଉପମହାଦେଶ ଓ ମଧ୍ୟ ପ୍ରାଚ୍ୟ ତଥା ଦକ୍ଷିଣ ଇଉରୋପରେ ଦେଖା ଯାଇଥାନ୍ତି । ଏମାନଙ୍କୁ ଓଡ଼ିଆରେ ପଦ୍ମନାଡ଼ି ମଧ୍ୟ କୁହାଯାଏ । ଚିଲିକାର ନଳବଣ ଏହି ପକ୍ଷୀଙ୍କ ଶୀତକାଳୀନ ଆବାସ ପାଇଁ ବିଖ୍ୟାତ l
ଏହି ପକ୍ଷୀ ସର୍ବେକ୍ଷଣ ରେ ପରିବେଶବିତ ସାଗର କୁମାର ପାତ୍ର, ନଳିନୀ କାନ୍ତ ପରିଡା, ପି. ଅରବିନ୍ଦ ଦେଶିବେହେରା, ଶ୍ରୀକାନ୍ତ ମହାନ୍ତି ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l ସୋନପୁର ବାହୁଦା ମୁହାଣ ରେ ବୃହତ ଜୈବ ବିବିଧତା ଥିବା ଦ୍ୱାରା ପ୍ରତି ବର୍ଷ ବିଭିନ୍ନ ବିଦେଶୀ ପକ୍ଷୀଙ୍କ ଆଗମନ ହେଉଛି ଏହା ର ସୁରକ୍ଷା ପ୍ରତି ବନ ବିଭାଗ ଅଧିକ ଦୃଷ୍ଟି ଦେବା ଆବଶ୍ୟକ ରହିଛି l