ଜୋରସୋରରେ ଚାଲିଛି କୁକୁଡ଼ାଗାଲୀ,ଖିଡିଖିଡି ଜୁଆ

newyr25

ନବରଙ୍ଗପୁର/ (କୋଷlଗୁମୁଣ୍ଡା ଥାନା) : ନବରଙ୍ଗପୁର ଜ଼ିଲ୍ଲାର ଛତିଶଗଡ ସୀମାନ୍ତବର୍ତ୍ତୀ କୋଷଗୁମୁଣ୍ଡା ଥାନାର ବଡଆମଡା ଫାଣ୍ଡି ଅନ୍ତର୍ଗତ କିଡ୍ରିପାଲି,ମାଙ୍କଡି ଏବଂ ଚୁରାଗାଁରେ ବେଆଇନ ଭାବେ କୁକୁଡ଼ା ଗାଲୀ, ଖିଡିଖିଡି ଜୁଆ ଜୋର ସୋରରେ ଚାଲିଛି l ଯାହା ଫଳରେ ଅଞ୍ଚଳର ଗରୀବ, ନିରୀହ ଶ୍ରେଣୀର ଲୋକେ ପ୍ରଭାବିତ ହେଉଛନ୍ତି l ଏହା ଦ୍ୱାରା ସାମାଜିକ ଆଇନ ଶୃଙ୍ଖଳାରେ ବ୍ୟାଘାତ ହୋଇ ମଦ୍ୟପ ମାନଙ୍କ ଦ୍ୱାରା ମାରପିଟ,ଚୋରି,ଗୃହକଳି ଇତ୍ୟାଦି ହେବାର ସମ୍ଭାବନା ରହିଛି l ବର୍ତମାନ ବର୍ଷ ସାରା ଛୋଟଛୋଟ ଚାଷୀ,କୁଲି ମଜୁରିଆ ଖିଡିଖିଡି ଜୁଆରେ କିଛି ଟଙ୍କା ଜିତିବା ଲାଳସାରେ ସେଠାରେ ଯାଇ ସର୍ବସ୍ୱlନ୍ତ ହେଲା ବେଳକୁ ପୋଲିସ ବିଭାଗ ହାତରେ ହାତ ବାନ୍ଧି ଆଇନ ଶୃଙ୍ଖଳାକୁ ଜଳାଞ୍ଚଳୀ ଦେଇ ଚ଼ୁପ ରହିଛି l ଯାହାକି ଫାଣ୍ଡି ଠାରୁ କିଛି କିଲୋମିଟର ଦୂରରେ ଏହି ପ୍ରକାର ବେଆଇନ ଜୁଆଖେଳ ହେଉଥିଲେ ହେଁ, କୌଣସି ପଦକ୍ଷେପ ନିଆଯାଉ ନ ଥିବା ଯୋଗୁଁ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଅପରପକ୍ଷେ ଜୁଆଖେଳ ଓ ପଶୁପକ୍ଷୀଙ୍କୁ ଲଡ଼େଇ କରାଉ ଥିବା ବ୍ୟକ୍ତି ଏବଂ ଜୁଆଡ଼ିଙ୍କୁ ରୋକିବା ନିମନ୍ତେ ଡ଼ବଲ ଇନ୍‌ଜନ ସରକାର କଡ଼ା ଆଭିମୂଖ୍ୟ ଗ୍ରହଣ କରିଥିବା ବେଳେ ଏ ଅଞ୍ଚଳରେ କୁକୁଡ଼ା ଲଢ଼େଇ ସହ ଗୁଡ଼ଖୁଡ଼ା ଖେଳର ଆସର ମେଲାଇ ଥିବା ଦେଖା ଦେଇଛି ।
ପୋଲିସ ପ୍ରଶାସନ ଶୀଘ୍ର ଏହା ଉପରେ ପଦକ୍ଷେପ ଗ୍ରହଣ କଲେ ଅଞ୍ଚଳବାସୀ ଶାନ୍ତି ଶୃଙ୍ଖଳା ରେ ଜୀବିନ ଜୀବିକା କରିପlରିବେ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି l

Leave A Reply

Your email address will not be published.