ଗରୀବ ଆଦିବାସୀଙ୍କ ପଟ୍ଟାଜମିରେ ସରକାରୀ ଖେଳପଡିଆ ନିର୍ମାଣ

newyr25

କୋରାପୁଟ /କୋଟପାଡ଼ : କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ ଛତର୍ଲା ପଞ୍ଚାୟତରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଅବହେଳିତ ଏବଂ ଆଦିବାସୀ ସମ୍ପ୍ରଦାୟଙ୍କ ଜମି ହଡ଼ପ ମନୋଭାବ ଯୋଗୁଁ ସଠିକ ଭାବେ ଜନହିତକର କାର୍ଯ୍ୟର ପରିଚାଳନା ନ ହୋଇ ବ୍ୟବହାର ହୀନ ଭାବେ ପଡ଼ିରହି ଥିବା ସାଧାରଣରେ ଚର୍ଚ୍ଚା ହେଉଛି l
ସୂଚନା ପ୍ରକାରେ ଏହି ପଞ୍ଚାୟତ ଅଧୀନ ମକାଗାଁ ଠାରେ ଆର୍ଥିକ ବର୍ଷ ୨୦୨୦-୨୧ ମସିହାରେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ମାଧ୍ୟମରେ ୧୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ଖେଳ ପଡିଆର ଭୂମି ବିବାଦ ଘେରରେ ରହିଥିବା ଜଣାପଡିଛି,ଭୂମି ବିବରଣୀ ଅନୁସାରେ କୋଟପାଡ଼ ତହସିଲ,ମୂର୍ତ୍ତାହାଣ୍ଡି ମୌଜା ମକାଗାଁ ଗ୍ରାମର ଖାତା ନଂ-୪୨ ପ୍ଲଟ-ନଂ-୮୩୪ ପଟ୍ଟାଦାର ଜାମୁ ଜାନୀ ପି- କଲିଆ ଜାନୀ ଜାତି-ପରଜା ଏବଂ ଖାତା ନଂ-୦୪ ପ୍ଲଟ-ନଂ-୮୩୬ ଆଇତୁ ଜାନୀ, ଗୁରୁବନ୍ଧୁ ଜାନୀ,ବାଲା ଜାନୀ ପି: ଦିଉଡୁ ଜାନୀ ଜାତି-ପରଜା ସୋରିଷ ପଦର ଗ୍ରାମର ବ୍ୟକ୍ତିଗତ ମାଲିକାନାରେ ରହିଥିବା ଡଙ୍ଗର ଜମିରେ ସରକାରୀ ଯୋଜନା ନାଁରେ ଲକ୍ଷାଧିକ ଅର୍ଥ ବ୍ୟୟ କରି ଖେଳପଡ଼ିଆ ନିର୍ମାଣ କରାଯାଇଛି l ଆଦିବାସୀ ଅଧ୍ଯୁଷିତ ଅଞ୍ଚଳ ହୋଇଥିବା ବେଳେ ଏମାନଙ୍କ ସରଳତାର ସୁଯୋଗ ନେଇ ଏଠାକାର କିଛି ମୁଷ୍ଟିମେୟ ଠିକାଦାର,ଲୋକ ପ୍ରତିନିଧି ଏବଂ ସରକାରୀ କର୍ମଚାରୀଙ୍କ ମିଳିତ ମଧୁଚନ୍ଦ୍ରିକା ଯୋଗୁଁ ବେସରକାରୀ ଜମିରେ ସରକାରୀ ଅର୍ଥ ବ୍ୟୟ କରି ଲକ୍ଷାଧିକ ଟଙ୍କା ଆତ୍ମସାତ କରିଥିବା ଚର୍ଚ୍ଚା ହେଉଛି I ପୂଣି କିଭଳି ଭାବେ ମନରେଗା ଭଳି ସରକାରୀ ନୀତିନିୟମ ଗ୍ରାମ ସଭା,ଶ୍ରମିକଙ୍କୁ ୧୦୦ ଦିନର କାମ ଦେବା ସହ ଯୋଜନର ସ୍ଵଚ୍ଛତା ପାଇଁ ଥିବା ତଦାରଖ କମିଟି ପରି ବ୍ୟବସ୍ଥାକୁ ଜଳାଞ୍ଜଳି ଦେଇ ପଟ୍ଟାଧାରୀଙ୍କ ଜମିରେ ଖେଳ ପଡିଆ ନିର୍ମାଣ ହେଲା…. ଏହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଏହି ଘଟଣାର ପ୍ରକୃତ ରହସ୍ୟକୁ ଉଜାଗର କରିବା ଉଦ୍ଦେଶ୍ୟରେ ଜଣେ ସୂଚନା ଅଧିକାର କର୍ମୀଙ୍କ ଦ୍ୱାରା ତିନି ମାସ ପୂର୍ବରୁ ସୂଚନା ଅଧିକାର ଆଇନ ବଳରେ ଆବେଦନ ପଞ୍ଚାୟତ ନିର୍ବାହୀ ଅଧିକାରୀ (ଛତର୍ଲା )ଙ୍କୁ ଏବଂ କୋଟପାଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଅପିଲ କରାଯାଇଥିବା ବେଳେ ଆଜି ପର୍ଯ୍ୟନ୍ତ ତଥ୍ୟ ମିଳିପାରି ନାହିଁ l ଏହାର ଉଚ୍ଚିତ ତଦନ୍ତ ହେଲେ ପ୍ରକୃତ ରହସ୍ୟ ଲୋକ ଲୋଚନକୁ ଆସିବ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି।

Leave A Reply

Your email address will not be published.