ଡ଼. ବିଜୟ ଚନ୍ଦ୍ର ମହାରଣାଙ୍କୁ ସାହିତ୍ୟ ସୃଜନୀ ସମ୍ମାନ

newyr25

ବ୍ରହ୍ମପୁର : ଯାଜପୁର ଜିଲ୍ଲା ର ବଡ଼ଚଣା ସ୍ଥିତ ଅଭିମନ୍ୟୁ ସାମନ୍ତ ସିଂହାର ସାହିତ୍ୟ ସୃଜନୀ ର ଚତୁର୍ଥ ବାର୍ଷିକ ଉତ୍ସବ କଟକ ର ଶ୍ରୀରାମ ଚନ୍ଦ୍ର ଭବନ ରେ ଅନୁଷ୍ଠିତ ହୋଇ ଯାଇଛି l ଅନୁଷ୍ଠାନ ର ସଭାପତି ଡ଼.ନିରଞ୍ଜନ ପଣ୍ଡi ଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସମାରୋହ ରେ ମୁଖ୍ୟ ଅଥିତି ଭାବେ ପ୍ରାକ୍ତନ ସମାଜ ର ସମ୍ପାଦକ ଡ଼. ପ୍ରଭାସ ଆଚାର୍ଯ୍ୟ, ମୁଖ୍ୟବକ୍ତା ଭାବେ ଅମୁଲ୍ୟ ସାହିତ୍ୟ ଅନୁଷ୍ଠାନ ର ସମ୍ପାଦକ ଡ଼. ସଂଗ୍ରାମ କେଶରୀ ସାମନ୍ତରାୟ, ସମ୍ମାନିତ ବକ୍ତା ଉତ୍କଳ ସାହିତ୍ୟ ସମାଜ ର ସମ୍ପାଦକ ରାଜୀବ କୁମାର ଷଡ଼ଙ୍ଗୀ, ସମ୍ମାନିତ ଅଥିତି ଡ଼. ମିନତୀ ମିଶ୍ର, ଅଶୋକ କୁମାର ସାମଲ, ପ୍ରତିଷ୍ଠାତା ଡ଼. ନଟବର ପ୍ରଧାନ ପ୍ରମୁଖ ମଂଚାସୀନ ହୋଇ ବିଭିନ୍ନ ଜିଲ୍ଲା ର ସାହିତ୍ୟିକ ମାନଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ l ଗଞ୍ଜାମ ଜିଲ୍ଲା ର ବରିଷ୍ଟ ଶିଶୁସାହିତ୍ୟିକ ତଥା ଅଭିନଵ ଉତ୍କଳିକା ର ସମ୍ପାଦକ ଡ଼. ବିଜୟ ଚନ୍ଦ୍ର ମହାରଣା ଙ୍କୁ ସାହିତ୍ୟ ସୃଜନୀ ସଂମାନ ପ୍ରଦାନ କରା ଯାଇଛି l ଏହି ସଂମାନ ପାଇଁ ନିଖିଳ ଉତ୍କଳ ବରିଷ୍ଟ କଳାକାର ମହାସଂଘ ର ସଭାପତି ଡା. ତିରୁପତି ସାହୁ, ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ, କବି ସୁଶାନ୍ତ କର, ଶଙ୍କର୍ଷଣ ତ୍ରିପାଠୀ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି l

Leave A Reply

Your email address will not be published.